ସ୍କୁଲ୍‌ ପାଠ୍ୟକ୍ରମରେ ସ୍ଥାନ ପାଇବ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର: ମାଧ୍ୟମିକ ସ୍ତରରେ ସ୍କୁଲ୍‌ ପାଠ୍ୟକ୍ରମରେ ସ୍ଥାନ ପାଇବ ବନ୍ଦେ ଉତ୍କଳ ଜନନୀ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସ୍ଥାନ ପାଇବ ବନ୍ଦେ ଉତ୍କଳ ଜନନୀ। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ବନ୍ଦେ ଉତ୍କଳ ଜନନୀ ଗୀତକୁ ସରକାର ପୂର୍ବରୁ ରାଜ୍ୟ ସଂଗୀତର ମାନ୍ୟତା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକ୍ରମେ ଗତ ମେ ୩୦ ତାରିଖରେ ସାରା ରାଜ୍ୟ ତଥା ବିଶ୍ୱରେ ଓଡ଼ିଆମାନେ ବନ୍ଦେ ଉତ୍କଳ ଜନନୀ ସମୂହ ଗାନ କରିଥିଲେ। ଏହି ସଂଗୀତ ଓଡ଼ିଆ ଜାତୀୟତା ଭାବକୁ ଦୃଢ଼ କରିବାରେ ଏବଂ ଓଡ଼ିଆ ଜାତିର ମହାନତା ସହ ପରିଚିତ କରାଇବାରେ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

You might also like