ପିଏମ୍ କିଶାନ ଯୋଜନାରେ ଚାଷୀଙ୍କୁ ୬ ହଜାର ନୁହେଁ, ୧୦ ହଜାର ଟଙ୍କା ଦିଅ: ମୁଖ୍ୟମନ୍ତ୍ରୀ

ବରଗଡ଼: ବରଗଡ଼ ଜିଲ୍ଲା ସୋହେଲା ଇଛାପାଲ୍ଲୀରେ ଆୟୋଜିତ କାଳିଆ ଚାଷୀ ମହାସମାବେଶରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ୧୩୪୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ପର୍ଯ୍ୟାୟ କାଳିଆ ଯୋଜନାରେ ୧୪ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ସହାୟତା ରାଶି ପ୍ରଦାନ କରିଥିଲେ।

ଏହି ଅବସରରେ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି। ଚାଷୀଙ୍କୁ ୬ ହଜାର ଟଙ୍କା ବଦଳରେ ୧୦ ହଜାର ଟଙ୍କା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି।  ପିଏମ୍ କିଶାନ ଯୋଜନାରେ ଚାଷୀଙ୍କୁ ୬ ହଜାର ଯଥେଷ୍ଟ ନୁହେଁ। ଚାଷୀଙ୍କୁ ସେମାନଙ୍କର ହକ୍ ଦିଅ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି, କାଳିଆ ଯୋଜନା ସାରା ଦେଶକୁ ବାଟ ଦେଖାଉଛି। ପିଏମ୍ କିଶାନରେ କ୍ଷୁଦ୍ର, ଭୂମିହୀନ ଓ ଭାଗଚାଷୀଙ୍କ ପାଇଁ ବ୍ୟବସ୍ଥା ନାହିଁ। ପିଏମ୍ କିଶାନରେ ଏମାନଙ୍କୁ ସାମିଲ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହ ବରଗଡ଼ରେ କ୍ୟାନ୍‌ସର୍‌ ହସ୍ପିଟାଲ ପ୍ରତିଷ୍ଠା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

You might also like