କରୋନାରେ ମୃତ ୨ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା ମଞ୍ଜୁର

ଭୁବନେଶ୍ୱର: କରୋନାରେ ମୃତ ସାମ୍ବାଦିକଙ୍କୁ ସହାୟତା ପ୍ରଦାନ କଲେ ସରକାର। ୨ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଲେଖାଏଁ ସହାୟତା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିବଙ୍ଗତ ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକ ଓ କେ. ସିଏଚ୍ ରତ୍ନମଙ୍କ ପରିବାର ଲୋକଙ୍କୁ ମିଳିବ ଏହି ସହାୟତା । ଆଜି ଏପରି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। 

କରୋନାରେ ସାମ୍ବାଦିକଙ୍କର ମୃତ୍ୟ ଘଟିଲେ ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ।   ଜୁଲାଇ ୧୧ ତାରିଖରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକର ସମାଜ ହିଂଜଳି ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକଙ୍କର କରୋନାରେ ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ହୋଇଥିଲା। ସେ କରୋନା ଆକ୍ରାନ୍ତ ହେବାର ପରେ ଭୁବେନଶ୍ୱରର ଏକ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ୫ ଦିନ କୋଭିଡ ହସ୍‌ପିଟାଲରେ ଚିକିତ୍ସାଧୀନ ରହିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା

ସେହିପରି ଗଜପତିର କେ. ସିଏଚ୍ ରତ୍ନମଦିବଙ୍ଗତ ସାମ୍ବାଦିକ କେ. ସିଏଚ୍ ରତ୍ନମଙ୍କର କରୋନାରେ ମୃତ୍ୟୁ ଘଟିଥିଲା। ଉଭୟଙ୍କ ପରିବାରକୁ   ୧୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

 

You might also like