‘ଖର୍ଚ୍ଚ ଦିଆଯିବ, ଫସିଥିବା ଓଡ଼ିଆଙ୍କୁ ସାହାଯ୍ୟ କର’

ଭୁବନେଶ୍ୱର: ରାଜ୍ୟ ବାହାରେ ଥିବା ହଜାର ହଜାର ଓଡ଼ିଆଙ୍କୁ ସହାୟତା ଲାଗି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ଓଡ଼ିଶା ବାହାରର ଓଡ଼ିଆ ସଂଗଠନ ଗୁଡ଼ିକୁ ଅନୁରୋଧ କରିଛନ୍ତି ନବୀନ। ଏକ ଭିଡିଓ ଜାରି କରି ସହାୟତା ଲାଗି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ।

ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କ ପାଖରେ କିପରି ଖାଦ୍ୟ, ଔଷଧ ପହଞ୍ଚି ପାରିବ, ତାର ବ୍ୟବସ୍ଥା କରିବାକୁ ଏହି ଭିଡିଓ ମାଧ୍ୟମରେ ସେ ଅପିଲ କରିଛନ୍ତି। ସେ ବାବଦ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଭରଣା କରାଯିବ ବୋଲି କହିଛନ୍ତି ନବୀନ।

ତେବେ ନିକଟରେ ଫସିଥିବା ଓଡ଼ିଆଙ୍କୁ ସାହାଯ୍ୟ କରିବା ପାଇଁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଥିଲେ। ସେମାନଙ୍କ ପାଖରେ ସହାୟତା ପହଞ୍ଚାଇବା ପାଇଁ ନିବେଦନ କରିଥିଲେ।

You might also like