ଭୁବନେଶ୍ୱର : ବଢିଲା ଅଙ୍ଗନବାଡ଼ି କର୍ମୀଙ୍କ ଦରମା। ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୬ ହଜାର ଟଙ୍କାରୁ ୭୫୦୦ଟଙ୍କାକୁ ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ସୂଚନା ମୁତାବକ, ମିନି ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୪ ହଜାର୧୨୫ ଟଙ୍କାରୁ ୫ ହଜାର ୩୭୫ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଅଙ୍ଗନବାଡ଼ି ହେଲପରଙ୍କ ଦରମା ୩ ହଜାରରୁ ୩୭୫୦ଟଙ୍କାକୁ ବୃଦ୍ଧି କରାଯାଇଛି।
ଅଙ୍ଗନବାଡ଼ି କର୍ମୀଙ୍କ ଅବସର ବୟସ ସୀମା ୬୨ ବର୍ଷକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ। ଅଙ୍ଗନବାଡ଼ି କର୍ମୀ ଓ ହେଲପରଙ୍କୁ ୧୫ ଦିନ ଖରାଛୁଟି ମିଳିବ। ଅବସର ପରେ ଅଙ୍ଗନବାଡ଼ି କର୍ମୀ, ହେଲପରଙ୍କୁ ଆର୍ଥିକ ସହାୟତା ମଧ୍ୟ ଦିଆଯିବ।
https://youtu.be/R9aYzrlAkhs