କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବରଗଡ଼ରେ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିନିକିଆ ବରଗଡ଼ ଗସ୍ତରେ ଆସିଥିବା ବେଳେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହିତ ବରଗଡ଼ ଜିଲ୍ଲା ମେଡିକାଲ୍‌କୁ ୩୦୦ ଶଯ୍ୟା ବିଶିଷ୍ଟ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ବରଗଡ଼ରେ ଏକ ସାଇନ୍ସ ପାର୍କର ଉଦ୍‌ଘାଟନ କରିବା ସହିତ ମୋଟ ୧୫୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହାପରେ ମୁଖ୍ୟମନ୍ତ୍ରୀ ସମ୍ବଲପୁର ଯାଇ ମାଆ ସମଲେଶ୍ୱରୀଙ୍କୁ ଦର୍ଶନ କରିବା ସହିତ ଓଡ଼ିଶାବାସୀଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କଲି ବୋଲି କହିଛନ୍ତି। ଏହାଛଡ଼ା ସମଲେଶ୍ୱରୀ ମନ୍ଦିରକୁ ଏକ ଏକ୍ସପର୍ଟ ଟିମ୍ ପଠାଯିବ। ମନ୍ଦିରର ଉନ୍ନତି ପାଇଁ କଣ ଆବଶ୍ୟକ ଏକ୍ସପର୍ଟ ଟିମ୍ ଅନୁଧ୍ୟାନ କରିବ। ଏକ୍ସପର୍ଟ ଟିମ୍‌ର ରିପୋର୍ଟ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ନବୀନ।

ମନ୍ଦିର ଏବଂ ଦର୍ଶନାର୍ଥୀଙ୍କ ପାଇଁ ଯାହା ଆବଶ୍ୟକ, ପଦକ୍ଷେପ ନିଆଯିବ ସେମିତି ହୀରାକୁଦରେ ପର୍ଯ୍ୟଟନର ବିକାଶ ପାଇଁ ଦୃଷ୍ଟି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

You might also like