‘ଗାଁକୁ ଯାଅ, ସିଧାସଳଖ ଲୋକଙ୍କ ଫିଡ୍‌ବ୍ୟାକ୍ ନିଅ’

ପଞ୍ଚମ ପାଳିରେ ମନ୍ତ୍ରୀଙ୍କୁ ନବୀନଙ୍କ ନୂଆ ମନ୍ତ୍ର

ଭୁବନେଶ୍ୱର :  ରାଜଧାନୀ ଛାଡ଼, ଗାଁକୁ ଯାଅ। ଲୋକଙ୍କ ସୁବିଧା ଅସୁବିଧା ବୁଝ, ସେମାନଙ୍କ ସମସ୍ୟା ସଂପର୍କରେ ଅବଗତ ହୁଅ। ତୃଣମୂଳ ସ୍ତରକୁ ଯାଇ ବିଭିନ୍ନ ଯୋଜନା ସଂପର୍କରେ ଫିଡ୍‌ବ୍ୟାକ୍‌ ନିଅ ନୂଆ ମନ୍ତ୍ରିମଣ୍ଡଳ ଗଠନର ଦେଢ଼ମାସ ପରେ ଆଜି ଏଭଳି ପାଠ ପଢାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପ୍ରଥମେ ନବୀନ ନିବାସରେ ନୂଆ ଓ ପୁରୁଣା ବିଧାୟକଙ୍କୁ ସରଳତା ଓ ବିନମ୍ରତାର ପାଠ ପଢାଇଥିବା ନବୀନ ଆଜି ମନ୍ତ୍ରୀମାନଙ୍କୁ ଦେଇଛନ୍ତି ଟାସ୍କ। ନବୀନ କହିଛନ୍ତି, ମନ୍ତ୍ରୀମାନେ ବ୍ୟାପକ ଭାବେ ଟୁର୍ କରନ୍ତୁ, ଯଦ୍ୱାରା ନିଜ ବିଭାଗର କାମ ସଂପର୍କରେ ତୃଣମୂଳ ସ୍ତରରୁ ଜାଣିପାରିବେ ଅଫିସ୍ ଓ ଅନୁଷ୍ଠାନଗୁଡ଼ିକ ଅଚାନକ ପରିଦର୍ଶନ କରନ୍ତୁ, ଫଳରେ ସରକାରୀ ସେବା ତ୍ୱରାନ୍ୱିତ ହୋଇପାରିବ।

ସେହିପରି ଫାଇଭ୍ ଟି- ଟ୍ରାନ୍ସପାରେନ୍ସି, ଟେକ୍ନୋଲୋଜି, ଟିମ୍ ଓ୍ୱର୍କ, ଟ୍ରାନ୍ସଫର୍ମେସନ ଓ ଟାଇମ୍ ଉପରେ ପୁଣିଥରେ ଗୁରୁତ୍ୱ ଦେଇଛନ୍ତି ନବୀନ। ସେହିପରି ବିଭାଗର କାମ ଅନଲାଇନ୍ ବ୍ୟବସ୍ଥା OSWASରେ ଫାଇଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଥମେ ବିଧାୟକଙ୍କୁ ବିନମ୍ରତା ଆଚରଣ, ମାସିକିଆ ରିପୋର୍ଟ ମାଗିବା ଆଉ ଏବେ ମନ୍ତ୍ରୀଙ୍କୁ ଲୋକଙ୍କ ପାଖକୁ ଯିବା ପାଇଁ ନିର୍ଦ୍ଦେଶ ଦେବା ପଛରେ କାରଣ କଣ ? ପଞ୍ଚମ ଇନିଂସ୍‌ରେ କାହିଁକି ବଦଳୁଛି ଆଭିମୁଖ୍ୟ ? ରାଜ୍ୟରେ ଶାସନ କଳ ଏକପ୍ରକାର ସ୍ଥାଣୁ ପାଲଟି ଯାଇଛି, ବ୍ୟୁରୋକ୍ରାଟମାନେ ହିଁ ଶାସନ ଚଳାଉଛନ୍ତି ବୋଲି ଯେଉଁ ଅଭିଯୋଗ ହେଉଛି ତାକୁ ପୁଣି କ୍ରିୟାଶୀଳ କରିବାକୁ ନବୀନଙ୍କ ଏହି ଫଣ୍ଡା ବୋଲି କୁହାଯାଉଛି। ତାଛଡ଼ା ଆଗକୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ବେଳେ ମନ୍ତ୍ରୀଙ୍କ ଦକ୍ଷତା ମାପିବା ଲାଗି ଏହା ଏକ ମାପଦଣ୍ଡ ହୋଇପାରେ।

ଏଥିସହିତ ଗତ ନିର୍ବାଚନରେ ବିପୁଳ ବିଜୟ ପରେ ଆରମ୍ଭରୁ ଯେପରି ସରକାର ବିରୋଧୀ ହାଓ୍ୱା ନବହୁ ସେଥିପାଇଁ ଏଭଳି ଟିପ୍ସ ଦେଉଥିବା କୁହାଯାଉଛି। ସେପଟେ ବିରୋଧୀ କଂଗ୍ରେସ ଓ ବିଜେପି ଏହାକୁ ସମାଲୋଚନା କରିଛନ୍ତି।

ଏବେ ଦେଖିବାର କଥା ମନ୍ତ୍ରୀମାନେ ନବୀନଙ୍କ କଥା ମାନି କେତେଦୂର ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ଓ ସେମାନଙ୍କ ସମସ୍ୟା ସମାଧାନ କରିବାରେ ସକ୍ରିୟ ହେଉଛନ୍ତି।

ଆହୁରି ପଢ଼ନ୍ତୁ

ଭୁଲ୍‌ କେଉଁଠି ରହିଲା ଜାଣି ପାରିଲେନି ପ୍ରେମିକ

ସତରେ କ’ଣ ଏହା ନର୍କର ପ୍ରବେଶ ପଥ ?

ବାରମ୍ବାର ସଂଶୋଧନ କରିପାରିବେ ନାହିଁ ଆଧାର କାର୍ଡ

ମାଙ୍କଡ଼ କଲା ଅନ୍‌ଲାଇନ୍‌ ସପିଂ !

୯୦ ଟଙ୍କାରେ କିଣିଥିବା ଫୁଲଦାନୀକୁ ବିକିଲେ ୪.୪୮ କୋଟି ଟଙ୍କାରେ

ଓଡ଼ିଶାର ଏହି ସ୍ଥାନରେ ପ୍ରତିବର୍ଷ ଭିକ୍ଷୁକ ମେଳା ଆୟୋଜିତ ହୁଏ !

କନେଷ୍ଟବଳଙ୍କୁ ଶୌଚାଳୟରେ ବନ୍ଦ କରି ଫେରାର୍‌ ଅଭିଯୁକ୍ତ ମହିଳା

ବଲିଉଡ୍‌ରେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦଙ୍କ ଜଲ୍ଓ୍ୱା

ଏନଆଇଟି ଛାତ୍ରଛାତ୍ରୀଙ୍କ ମହାନତା- ବସ୍ତିରେ ବାଣ୍ଟିଲେ ଜ୍ଞାନର ଆଲୋକ

ପେସା ଶିକ୍ଷକତା, ନିଶା ପରିବେଶ ସୁରକ୍ଷା

ଦୁନିଆକୁ ଭାଇଚାରାର ବାର୍ତ୍ତା ଦେଲେ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ

୫୦୦ ବର୍ଷ ପୁରୁଣା ଅଯୋଧ୍ୟା ବିବାଦ ; ପଢ଼ନ୍ତୁ ଏହି ମାମଲାର ପୁରା ଇତିହାସ

You might also like