ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌କୁ ନିବେଶକଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଆସନ୍ତା ୨୦୨୦ ସୁଦ୍ଧା ଶ୍ରେଷ୍ଠ ୩ଟି ଷ୍ଟାର୍ଟ ଅପ୍‌ ରାଜ୍ୟ ଭିତରେ ଓଡିଶା ରହିବା ନେଇ ଲକ୍ଷ୍ୟ ରଖାଯାଇଛି। ମୁମ୍ବାଇରେ ଆୟୋଜିତ ନିବେଶକ ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି କହିଛନ୍ତି। ଏଥିସହ ନଭେମ୍ବରରେ ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌କୁ ନିବେଶକଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ।

ନିବେଶକଙ୍କୁ ସବୁ ପ୍ରକାର ସୁବିଧା ଦେବା ନେଇ ମଧ୍ୟ ପ୍ରତିଶ୍ରୁତି ଦେବା ସହ ଅଳ୍ପଦିନ ମଧ୍ୟରେ ୨୫୦ରୁ ଅଧିକ ଷ୍ଟାର୍ଟ ଅପ୍ ପଂଜୀକୃତ ହୋଇଛି ବୋଲି ନବୀନ କହିଛନ୍ତି।

ମେକ୍ ଇନ୍ ଓଡ଼ିଶା କନକ୍ଲେଭ ନେଇ ଆଜି ମୁମ୍ବାଇରେ ଏକ ରୋଡ୍ ସୋ କରାଯାଉଛି।  ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେଇଛନ୍ତି। ଭୁବନେଶ୍ୱରରେ ହେବାକୁ ଥିବା କନ୍‌କ୍ଲେଭ୍‌ରେ ଯୋଗ ଦେବାକୁ ପୁଂଜିନିବେଶକାରୀଙ୍କୁ ଅନୁରୋଧ କରିବା ଲକ୍ଷ୍ୟରେ ଏହି ଶୋ’ରେ ଆୟୋଜନ କରାଯାଉଛି। ଆସନ୍ତା ନଭେମ୍ବର ୧୧ରୁ ୧୫ ମଧ୍ୟରେ ଭୁବନେଶ୍ୱରରେ ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ ହେବ।

You might also like