ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ରୀ

ଭୁବନେଶ୍ୱର: ମନ୍ତ୍ରୀ ପରିଷଦ ବୈଠକରେ ମନ୍ତ୍ରୀମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମନ୍ତ୍ରୀମାନଙ୍କୁ ସେ ପାଞ୍ଚଟି ପରାମର୍ଶ ଦେଇଛନ୍ତି। ନିଜ ବିଭାଗକୁ ବ୍ୟାପକ ଗସ୍ତ କରିବାକୁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଗସ୍ତ କରିବା ଦ୍ୱାରା ନିଜ ବିଭାଗର କାମ ତୃଣମୂଳ ସ୍ତରରୁ ଜାଣିହେବ ବୋଲି ସେ କହିଛନ୍ତି। ବିଭାଗୀୟ ଅଫିସ ଏବଂ ଅନୁଷ୍ଠାନକୁ ଅଚାନକ ପରିଦର୍ଶନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଗସ୍ତ ସମୟରେ ଲୋକଙ୍କୁ ଭେଟି ମତାମତ ନେବାକୁ କହିଛନ୍ତି ନବୀନ। 5T କୁ କ୍ରୀୟାଶୀଳ କରିବାକୁ ବ୍ୟକ୍ତିଗତ ଭାବେ ଧ୍ୟାନ ଦେବାକୁ ମଧ୍ୟ କୁହାଯାଇଛି।

ସ୍ୱଚ୍ଛତା ଓ ଦକ୍ଷତା ପାଇଁ ବିଭାଗର ଶତପ୍ରତିଶତ କାମ  ଓଏସ୍‌ ଡୂବ୍ଲୁ ଏ ଏସ୍‌  ଜରିଆରେ କରିବାକୁ ପରାମର୍ଶ ଦିଆଯାଇଛି। କାଳିଆ ଯୋଜନାରେ ଖର୍ଚ୍ଚ ଆପଦକାଳୀନ ପାଣ୍ଠିର ଭରଣାକୁ ମଧ୍ୟ ମଂଜୁରୀ ମିଳିଛି।

You might also like