ଇଣ୍ଡିଆ ଟୁଡେକୁ ସାକ୍ଷାତକାର ବେଳେ ବଦଳିଲା ନବୀନଙ୍କ ସ୍ୱର

ଭୁବନେଶ୍ୱର : ଇତିହାସ ପାଲଟିଯାଇପାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମଦୂରତା ମନ୍ତବ୍ୟ। ସର୍ବଦା କଂଗ୍ରେସ ଓ ବିଜେପି ଠାରୁ ସମଦୂରତା କଥା କହୁଥିବା ନବୀନଙ୍କ ସ୍ୱର ଏବେ ବଦଳିଛି। ଜାତୀୟ ଟେଲିଭିଜନ ଚ୍ୟାନେଲ ଇଣ୍ଡିଆ ଟୁଡେକୁ ଦେଇଥିବା ସାକ୍ଷାତ୍‌କାର ବେଳେ ସମଦୂରତା ପ୍ରସଙ୍ଗରେ ନବୀନ ଭିନ୍ନ ମତ ପୋଷଣ କରିଛନ୍ତି।

ଏହି ସାକ୍ଷାତକାରରେ ନବୀନ କହିଛନ୍ତି, ଯିଏ ଓଡ଼ିଶାକୁ ଲାଭ ଦେବେ, ଯିଏ ଓଡ଼ିଶାର ସ୍ୱାର୍ଥ ପାଇଁ କାମ କରିବେ, ତାକୁ ସମର୍ଥନ ଦେବୁ। ସିଏ ଏନ୍‌ଡିଏ ହେଉ, ୟୁପିଏ ହେଉ ବା ଯେ କେହି, ଯିଏ ଓଡ଼ିଶା ପାଇଁ ଭଲ ଡିଲ୍ କରିବ, ତାକୁ ସମର୍ଥନ କରିବୁ ବୋଲି ନବୀନ କହିଛନ୍ତି। ପୂର୍ବରୁ ନବୀନ ସବୁ ବେଳେ ବିଜେପି, କଂଗ୍ରେସ ଠାରୁ ଆମେ ସମଦୂରତ୍ୱ ରଖୁଥିବା କହୁଥିଲେ। ତେବେ ତାଙ୍କ ଏହି ନୂଆ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି।

You might also like