ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆପଡ଼ା(ମାୟାଧର ସରାଫ୍‌) : ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ନୂଆପଡ଼ାରେ ପ୍ରଚାର ଅବସରରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଛାତ୍ରୀ, ମହିଳା, ମିଶନ ଶକ୍ତି ସଦସ୍ୟାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି।

ବିଜେଡି ଇସ୍ତାହାରରେ ମହିଳାଙ୍କୁ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି ନବୀନ।  BSKYରେ ମହିଳାଙ୍କୁ ସ୍ୱାସ୍ଥ୍ୟ ସହାୟତା ୭ରୁ ୧୦ ଲକ୍ଷକୁ ବୃଦ୍ଧି ହେବ। ସବୁ ଝିଅ ମାଗଣାରେ ପଢ଼ିବେ। ଏଥିସହ ମେଡିକାଲ, ଇଂଜିନିୟରିଂ ଶିକ୍ଷା ମାଗଣାରେ ଦିଆଯିବ।  ଗରିବ ଝିଅଙ୍କ ବାହାଘର ପାଇଁ ୨୫ ହଜାର ଟଙ୍କା ସହାୟତା ମିଳିବ। SHG ସଦସ୍ୟାଙ୍କ ପାଇଁ ଦୁର୍ଘଟଣା ବୀମା ବ୍ୟବସ୍ଥା କରାଯିବ।

0% ସୁଧରେ ସ୍ୱୟଂ ସହାୟିକା ଗୋଷ୍ଠୀକୁ ୫ ଲକ୍ଷ ପର୍ଯ୍ୟନ୍ତ ଋଣ ମିଳିବ। ଏଥିସହିତ ଧାନ ସଂଗ୍ରହ, ଆଶ୍ରମ ସ୍କୁଲ ପରିଚାଳନା ମିଶନ ଶକ୍ତି ଗ୍ରୁପକୁ ଦିଆଯିବ ବୋଲି ନବୀନ କହିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ  ମାରାଥନ ନିର୍ବାଚନ ପ୍ରଚାର କରୁଛନ୍ତି। ନୂଆପଡ଼ା ପରେ ନବୀନ କଳାହାଣ୍ଡି ଜିଲ୍ଲାରେ ନିର୍ବାଚନ ପ୍ରଚାର କରିବେ। ଖରିଆର, ସିନାପାଲି, ଗୋଲାମୁଣ୍ଡା, ଧର୍ମଗଡ଼, ଜୁନାଗଡ଼ ଓ ଭବାନୀପାଟଣା ଟାଉନରେ ରୋଡ ସୋ କରିବା କାର୍ଯ୍ୟକ୍ରମ ରହିଛି।

 

You might also like