ସଂକ୍ରମଣ ବଢିଲେ ହେବ ମିନି କଂଟେନମେଂଟ ଜୋନ୍‌

ବଢିବ ଟେଷ୍ଟିଂ

  • ରାଜ୍ୟରେ କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
  • ସମସ୍ତ ଜିଲ୍ଲାପାଳ, ଏସ୍ପି ମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
  • ସର୍ଭେଲାନ୍ସ ଏବଂ ଟେଷ୍ଟିଂ ବଢ଼ାଇବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
  • ପରିସ୍ଥିତି ନିୟମିତ ସମୀକ୍ଷା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ
  • RTPCR ଟେଷ୍ଟ ଅଧିକ ବଢ଼ାଇବାକୁ ପରାମର୍ଶ ଦେଲା ବିଭାଗ
  • ଆବଶ୍ୟକ ପଡ଼ିଲେ ମିନି କଣ୍ଟେନମେଣ୍ଟ ଜୋନ୍ ପାଇଁ ପ୍ରସ୍ତାବ
  • ପୋଲିସ ଯାଞ୍ଚ ଅଧିକ କଡ଼ାକଡ଼ି କରିବାକୁ ବୈଠକରେ ପ୍ରସ୍ତାବ
  • ସହରାଞ୍ଚଳ ସମ୍ବେଦନଶୀଳ ଅଞ୍ଚଳ ଉପରେ ତୀକ୍ଷ୍ନ ନଜର ପ୍ରସ୍ତାବ
  • ହୋଲି ପାଇଁ SRCଙ୍କ ଗାଇଡଲାଇନ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ
  • ଅଫିସିଆଲ ମିଟିଂ ଭର୍ଚୁଆଲ ମାଧ୍ୟମରେ କରିବାକୁ ମଧ୍ୟ ପରାମର୍ଶ

ଭୁବନେଶ୍ୱର: କରୋନାକୁ ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ଆରଟିପିସିଆର ଟେଷ୍ଟ୍‌ ସଂଖ୍ୟା ବଢାଇବା ଉପରେ ଗୁରୁତ୍ୱ ଦେଲେ ମୁଖ୍ୟମନ୍ତ୍ରୀ। ତେବେ ଆରଟିପିସିଆର ଟେଷ୍ଟ୍‌ ପାଇଁ ଜିଲ୍ଲା ସ୍ତରରେ ଆବଶ୍ୟକତା ହେଉଥିବା କର୍ମଚାରୀଙ୍କ ସଂଖ୍ୟା ବଢିବ। ଏହାସହ ସମସ୍ତ ଆକ୍ରାନ୍ତଙ୍କ କରୋନା ଟେଷ୍ଟିଂ ଉପରେ ଗୁରୁତ୍ୱ ଦେବାକୁ ନବୀନ କହିଛନ୍ତି। ତେବେ ନିର୍ଧିଷ୍ଟ ସ୍ଥାନରେ ସଂକ୍ରମଣ ବଢିଲେ ମିନି କଂଟେନମେଂଟ ଜୋନ ବ୍ୟବସ୍ଥା କରାଯିବ। ସର୍ବାଧିକ ପ୍ରଭାବିତ ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯିବ ବୋଲି ନିଷ୍ପତ୍ତି ହୋଇଛି।

ସରକାରଙ୍କ ଗାଇଡଲାଇନ ଅନୁସାରେ,  ସେମାନଙ୍କ ଟେଷ୍ଟ୍‌ କରାଯିବ। କରୋନା ନିୟମ ପାଳନ ହେଉଛି କି ନାହିଁ ସେନେଇ ସ୍ୱତନ୍ତ୍ର ଦୃଷ୍ଟି ଦେବ ପୋଲିସ ବୋଲି ସୂଚନା ମିଳିଛି। ବଜାର, ଧର୍ମାନୁଷ୍ଠାନ ଓ ବିବାହ କାର୍ଯ୍ୟରେ ସରକାରଙ୍କ ସତର୍କ ଦୃଷ୍ଟି ରଖାଯାଇଛି। ସହରାଞ୍ଚଳରେ ସମ୍ବେଦନଶୀଳ ଅଂଚଳ ଉପରେ ତୀକ୍ଷ୍ମ ନଜର ପ୍ରସ୍ତାବ ରହିଛି। କେବଳ ଏତିକି ନୁହେଁ ବରଂ ହୋଲି ଲାଗି SRCଙ୍କ ଗାଇଡଲାଇନ ପାଳନ କରିବାକୁ କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଜିଲ୍ଲାସ୍ତରରେ କରୋନା ନିୟମ କଡାକଡି ହେବ। ଏହାସହ ନାଇଟ୍‌ କର୍ଫ୍ୟୁ ସମ୍ପର୍କରେ ବୈଠକରେ କୌଣସି ନିଷ୍ପତ୍ତି ହୋଇନାହିଁ। ଏହାସହ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ପ୍ରସ୍ତାବ ଦିଆଯାଇଛି। ସମସ୍ତ ଅଫିସିଆଲ ମିଟିଂ ଭର୍ଚୁଆଲ ମାଧ୍ୟମରେ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। କେବଳ ଏତିକି ନୁହେଁ ବରଂ ସ୍ଥିତି ଉପରେ  ଲଗାତାର ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ। ତେବେ କରୋନା ରୋକିବାକୁ ରାଜ୍ୟ ସରକାର ଅନେକ ନିଷ୍ପତ୍ତି ନେଉଛନ୍ତି।

 

You might also like