ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନର ସତ କଣ ? ନିରବ କାହିଁକି ସିଏମ୍ଓ

ଭୁବନେଶ୍ୱର: ଅଗଷ୍ଟ ୩୧ ତାରିଖରେ ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନର ସତ କଣ ? ଆରଟିଆଇ  କର୍ମୀ ଉଠାଇଥିବା ଏଇ ପ୍ରଶ୍ନର ୪୮ ଘଣ୍ଟା ପରେ ବି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ରଖାଯାଇ ନାହିଁ । ଏପରିକି ଇମେଲ୍ ଯୋଗେ ଓଟିଭି ପକ୍ଷରୁ ସିଏମ୍ଓର ପ୍ରତିକ୍ରିୟା ଲୋଡ଼ା ଯାଇଥିଲେ ହେଁ ଏଯାଏଁ ତାର ଉତ୍ତର ମିଳିନାହିଁ । ସାରା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଏ ଗସ୍ତର ସତ ଜାଣିବାକୁ ଚାହୁଁଥିଲା ବେଳେ ଏନେଇ ସିଏମ୍ଓର ଅସମ୍ଭବ ନିରବତାକୁ ନେଇ ଉଠିଛି ପ୍ରଶ୍ନ।

ସୂଚନା ଅଧିକାର କର୍ମୀଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟ ଓ ବିବୃତ୍ତି ଆଧାରରେ ଓଟିଭିରେ ଖବର ପ୍ରସାରଣ କରାଯାଇଥିଲା। ଖବର ପ୍ରସାରଣ ପରେ  ଗତକାଲି ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବଙ୍କୁ ଦେଇଥିବା କ୍ଲାରିଫିକେସନରେ  ସ୍ପଷ୍ଟ କରିଛନ୍ତି ଯେ, ଅଗଷ୍ଟ ୩୧, ୨୦୨୦ରେ ମୁଖ୍ୟମନ୍ତ୍ରୀ ୧୯ ମିନିଟର ଉଡ଼ାଣ ଭରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଫ୍ଲାଇଟ୍ ୧୦ଟା ୧୨ UTC ବା ଭାରତୀୟ ସମୟ ଅପରାହ୍ଣ ୩ଟା ୪୨ରେ ଭୁବନେଶ୍ୱର ଏୟାରପୋର୍ଟରୁ ଉଡ଼ାଣ ଭରିଥିଲେ।୧୦ଟା ୩୧ UTC ବା ଅପରାହ୍ଣ ୪ଟା ୧ ମିନିଟରେ ଅବତରଣ କରିଥିଲେ।

ଅର୍ଥାତ୍ ୧୯ ମିନିଟରେ ବନ୍ୟାଞ୍ଚଳର ଏରିୟଲ୍ ସର୍ଭେ କରିଥିଲେ ମୁଖ୍ୟମନ୍ତ୍ରୀ । ତେବେ ଆରଟିଆଇ କର୍ମୀଙ୍କ ପ୍ରଶ୍ନ, ଏହି ୧୯ ମିନିଟ୍‌ରେ ଆକାଶମାର୍ଗରୁ କେଉଁ କେଉଁ ବନ୍ୟାଞ୍ଚଳ ବୁଲି ଦେଖିଥିଲେ ନବୀନ। କାରଣ ବନ୍ୟାଞ୍ଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ପ୍ରେସ୍ ବିବୃତ୍ତି ଜାରି କରାଯାଇଥିଲା । ଏହି ପ୍ରେସ ବିବୃତ୍ତିରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ଉଦ୍ଧୃତ କରି ବନ୍ୟାରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ଥିବା ଉଲ୍ଲେଖ କରାଯାଇଥିଲା। ସେହପରି ଅନେକ ଗାଁରେ ବନ୍ୟାଜଳ ପଶିଥିବା, ଘର ଭାଙ୍ଗିବା ସହ ରାସ୍ତା ଭାଙ୍ଗିଥିବା, ସରକାରୀ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିବା ଉଲ୍ଲେଖ ଥିଲା ।

ହେଲେ ମୁଖ୍ୟମନ୍ତ୍ରୀ ସେଦିନ ଆକାଶମାର୍ଗରୁ ଏସବୁ ଜିଲ୍ଲା ଭିତରୁ କେଉଁ କେଉଁ ବନ୍ୟାଞ୍ଚଳ ବୁଲି ଦେଖିଥିଲେ ? ସେଦିନର ପ୍ରେସ ରିଲିଜରେ ତାହା ଉଲ୍ଲେଖ ନଥିଲା । ତେବେ ୧୯ ମିନିଟ୍ ସମୟ ଭିତରେ କେଉଁ ପର୍ଯ୍ୟନ୍ତ ଉଡ଼ାଣ କରି ଫେରିବା ସମ୍ଭବ ? ଯେଉଁ ହେଲିକପ୍ଟରରେ ଯାଇଥିଲେ ସେ ହେଲିକପ୍ଟରର ସର୍ବୋଚ୍ଚ ସ୍ପିଡ୍ ଓ ଦକ୍ଷତା କେତେ ? ଏସବୁକୁ ନେଇ ଏବେ ପ୍ରଶ୍ନ ଉଠିଛି।

ସୂଚନା କର୍ମୀଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟ ଓ ବିବୃତ୍ତି ଆଧାରରେ ଗତ ୧୪ ତାରିଖରେ ଏ ଖବର ପ୍ରସାରଣ ପୂର୍ବରୁ ଆମେ  ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରତିକ୍ରିୟା ନେବାକୁ ଚାହିଁଥିଲୁ । ବାରମ୍ବାର ଫୋନ୍ କରିବା ସତ୍ତ୍ୱେ କୌଣସି ଜବାବ ନମିଳିବାରୁ ସିଏମ୍ଓକୁୁ ଇ-ମେଲ୍ ଯୋଗେ ମଧ୍ୟ ସ୍ପଷ୍ଟୀକରଣ ଚାହିଁଥିଲୁ । ହେଲେ ଆଜି ଯାଏଁ ସିଏମ୍ଓ ପକ୍ଷରୁ ଏହାର କୌଣସି ଉତ୍ତର ମିଳିନାହିଁ ।

ତେଣୁ ଏ କ୍ଷେତ୍ରରେ ସିଏମ୍ଓର ଅସମ୍ଭବ ନିରବତାକୁ ନେଇ ବି ପ୍ରଶ୍ନ ଉଠିଛି । ମୁଖ୍ୟମନ୍ତ୍ରୀ ସେଦିନ କେଉଁ କେଉଁ ଅଞ୍ଚଳ ବୁଲି ଦେଖିଥିଲେ, ସାରା ରାଜ୍ୟବାସୀ ଏ ଉତ୍ତରର ଅପେକ୍ଷା ରଖୁଛନ୍ତି । ତେଣୁ କେତେବେଳେ ସିଏମ୍ଓ ପକ୍ଷରୁ ଏହାର ଜବାବ ରଖାଯିବ ତାହାକୁ ଓଡ଼ିଶାବାସୀ ଅପେକ୍ଷା କରିଛନ୍ତି।

 

ଆହୁରି ପଢ଼ନ୍ତୁ

ଆଡ଼ ଆଖିରେ ଚାହିଁଲେନି ଭାଇବନ୍ଧୁ, ରାସ୍ତା ଉପରେ ଶୁଆଇ ସହାୟତା ଦାବି କଲେ ଗାଁଲୋକ

୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ରୋଗୀ

ଓଡ଼ିଶାରେ ସୁଧୁରୁଛି କରୋନା ସ୍ଥିତି: ୨୪ ଘଣ୍ଟାରେ ୧,୯୩୧ ପଜିଟିଭ୍‌ ଚିହ୍ନଟ

୪୮ ଘଣ୍ଟାରେ ଅବପାତର ରୂପ ନେଇପାରେ ଲଘୁଚାପ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦିବ୍ୟାଙ୍ଗ ବାଳିକା

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୱାର୍ଣ୍ଣିଂ

ସ୍ୱାଭିମାନ ଅଞ୍ଚଳରେ ମୁଣ୍ଡ ଗଡ଼ାଇଲେ ମାଓବାଦୀ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

You might also like