ନବୀନ ଦରମା ଦାନ କଲେ, ସହଯୋଗ ପାଇଁ ନିବେଦନ କଲେ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ୩ ମାସର ଦରମାକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଅଧୀନ କୋଭିଡ୍-୧୯ ଫଣ୍ଡକୁ ଦାନ କରିଛନ୍ତି।। କେବଳ ସେତିକି ନୁହେଁ,  ବିପର୍ଯ୍ୟୟ ସମୟରେ ଅନ୍ୟମାନେ ସହଯୋଗର ହାତ ବଢାଇବା ପାଇଁ ନିବେଦନ କରିଛନ୍ତି।

ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଅସାଧାରଣ ପରିସ୍ଥିତିରେ ଅସାଧାରଣ ପ୍ରତିକ୍ରିୟା ଜରୁରୀ। କୋଭିଡ୍ -୧୯ ସମଗ୍ର ବିଶ୍ୱ ପାଇଁ ଏକ ବିରାଟ ଚ୍ୟାଲେଞ୍ଜ। ମାନବିକତା ଗତିବିଧି ପାଇଁ ଏଥିନିମନ୍ତେ ପର୍ଯ୍ୟାପ୍ତ ପରିମାଣର ପାଣ୍ଠିର ଆବଶ୍ୟକତା ରହିଛି।

ତେଣୁ ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜର ୩ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି। ଆଉ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରେ ସ୍ୱତନ୍ତ୍ର ଭାବେ ‘କୋଭିଡ-୧୯ ଫଣ୍ଡ ’ଆକାରରେ ଏହା ଉଲ୍ଲେଖ ରହିବ । ପ୍ରଭାବିତ ଲୋକମାନଙ୍କୁ ମାନବିକତା ଦୃଷ୍ଟିରୁ ସହଯୋଗ ନିମନ୍ତେ ସମସ୍ତେ ‘କୋଭିଡ-୧୯ ଫଣ୍ଡ’କୁ ସହୃଦୟତାର ସହ ଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି।

ଅପରପକ୍ଷେ ବିଜେଡି ପକ୍ଷରୁ ସହାୟତା ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ମାର୍ଚ୍ଚ ୨୯ତାରିଖ ସୁଦ୍ଧା ବିଜେଡିର ସମସ୍ତ ବିଧାୟକ ଓ ସାଂସଦମାନଙ୍କୁ ନିଜର ୩ମାସର ଦରମାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବାକୁ ଦଳର ବରିଷ୍ଠ ନେତା ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଅନୁରୋଧ କରିଛନ୍ତି।

You might also like