ଶ୍ରୀମନ୍ଦିର ସୁରକ୍ଷା ଜୋନ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ : ଶ୍ରୀମନ୍ଦିର ସୁରକ୍ଷା ଜୋନ ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଥଇଥାନ ପ୍ୟାକେଜ୍ ଘୋଷଣା । ସୁରକ୍ଷା ଜୋନ ମଧ୍ୟରେ ଆସୁଥିବା କ୍ଷତିଗ୍ରସ୍ତଙ୍କ ଲାଗି ସ୍ୱତନ୍ତ୍ର ଥଇଥାନ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାସଗୃହ ଅଧିଗ୍ରହଣ ପାଇଁ ସ୍ୱତନ୍ତ୍ର ଥଇଥାନ ନୀତି ଅନୁସାରେ କ୍ଷତିପୂରଣ ମିଳିବ।  ଅଧିଗୃହିତ ଅଞ୍ଚଳରେ ଥିବା ଘର ପାଇଁ ସବୁ ପରିବାରକୁ କ୍ଷତିପୂରଣ ଦିଆଯିବ। ସ୍ଥାନାନ୍ତରିତ ପରିବାରର ପରିବହନ ଖର୍ଚ୍ଚ ପାଇଁ ୫୦ ହଜାର ଟଙ୍କା ତୁରନ୍ତ ମିଳିବ।

ବିସ୍ଥାପିତ ପରିବାଙ୍କୁ ଘର କିମ୍ବା ଜମି ପାଇବା ଯାଏ ସେମାନଙ୍କୁ ମାସିକ ୧୦ ହଜାର ଟଙ୍କା ଦିଆଯିବ। ବିସ୍ଥାପିତ ପରିବାରଙ୍କ ପାଇଁ ୩ଟି ଇଚ୍ଛାଧୀନ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ୩ଟି ଇଚ୍ଛାଧୀନ ସହାୟତାରୁ ଯେକୌଣସି ଗୋଟିଏ ବାଛିପାରିବେ କ୍ଷତିଗ୍ରସ୍ତ । ପ୍ରଥମରେ  ଗୋଟିଏ ପରିବାର ଏକକାଳୀନ ୩୦ ଲକ୍ଷ ଟଙ୍କା ସହାୟତା ନେଇପାରିବେ କିମ୍ବା ଦ୍ୱିତୀୟରେ ମନ୍ଦିରର ଦେଢ଼ କିଲୋମିଟର ମଧ୍ୟରେ ଥଇଥାନ କଲୋନୀରେ ୫୨୦ ବର୍ଗଫୁଟର ଘର ନେଇପାରିବେ  କିମ୍ବା ତୃତୀୟରେ ମନ୍ଦିରର ୨ କିଲୋମିଟର ମଧ୍ୟ.ରେ ୪୦ଗୁଣା ୨୫ ୧୦୦୦ ବର୍ଗଫୁଟର ଜାଗା ନେଇପାରିବେ । ଏକକାଳୀନ ସହାୟତା ନେଇଥିବା ପରିବାର ଘରଭଡ଼ା ପାଇବେନି।  କ୍ଷତିଗ୍ରସ୍ତ ଦୋକାନୀଙ୍କୁ ମଧ୍ୟ ପରିବହନ ପାଇଁ ଏକକାଳୀନ ୫୦ ହଜାର ଟଙ୍କା ସହାୟତା ଦିଆଯିବ।

ସେହିପରି କ୍ଷତିଗ୍ରସ୍ତ ଦୋକାନ ଘର ପାଇଁ ମଧ୍ୟ ୨ ପ୍ରକାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।  ପ୍ରଥମରେ ସାନ, ମଧ୍ୟମ, ବଡ଼ ଦୋକାନ ପାଇଁ ମାସିକ ୫, ୧୦ କିମ୍ବା ୧୫ ହଜାର ଟଙ୍କା ଭଡ଼ା ମିଳିବ । କିମ୍ବା ଦ୍ୱିତୀୟରେ ପୁରୀର ବିଭିନ୍ନ ମାର୍କେଟ କଂପ୍ଲେକ୍ସରେ ଉପଲବ୍ଧ ଦୋକାନ ଘର ଦିଆଯିବ। ଏହାସହ ଲଜ୍ ଅଧିଗ୍ରହଣ ପାଇଁ ମଧ୍ୟ ପ୍ୟାକେଜ ଘୋଷଣା କରିଛନ୍ତି ସରକାର। ୧୫୦୦ ବର୍ଗଫୁଟରୁ ଅଧିକ ଲଜ୍ ପାଇଁ ପୁନର୍ବାସ ଥଇଥାନ ଅନୁଯାୟୀ କ୍ଷତିପୂରଣ ମିଳିବ । ୩ ହଜାର ବର୍ଗଫୁଟରୁ ଅଧିକ ଅଞ୍ଚଳରେ ଥିବା ଲଜ୍ ପାଇଁ ମିଳିବ ୧୦ ଲକ୍ଷ ଟଙ୍କା । ୩ ହଜାର ବର୍ଗଫୁଟରୁ କମ ଲଜ୍ ପାଇଁ ୫ ଲକ୍ଷ ଟଙ୍କା ତୁରନ୍ତ ସହାୟତା ମିଳିବ । ପ୍ରତି ଲଜ୍‌କୁ ବର୍ଗଫୁଟ ପିଛା ମାସିକ ୨୫ ଟଙ୍କା ଲେଖାଏଁ ୧୮ ମାସ ସହାୟତା ମିଳିବ।  ବର୍ଗଫୁଟକୁ ୨ ହଜାର ଟଙ୍କା ଲେଖାଏଁ ଏକକାଳୀନ ସହାୟତା ନେଇପାରିବେ। ବଡ଼ଦାଣ୍ଡର ଉଭୟ ପାର୍ଶ୍ୱର ୩ ଶହ ମିଟର ଭିତରେ ଚାହିଁଲେ ମିଳିବ ଜାଗା।

୫୦X୩୦, ୫୦X୪୦, ୫୦X୬୦ ବର୍ଗଫୁଟ ଜାଗା ମିଳିବ । ଲଜ୍ ନିର୍ମାଣ ପାଇଁ ବର୍ଗଫୁଟ ପିଛା ୭୫୦ ଟଙ୍କା ଲେଖାଏଁ ସହାୟତା ମିଳିବ। ସେହିପରି ମଠର ଗାଦି ଏବଂ ପ୍ରତିଷ୍ଠିତ ଦେବାଦେବୀ ପୀଠର ସଂରକ୍ଷଣ କରାଯିବ। ଏହାସହ ୩୦ ଦିନ ମଧ୍ୟରେ ଯିଏ ପ୍ୟାକେଜ ଗ୍ରହଣ କରିବେ ତାଙ୍କୁ ଅଧିକ ଅଧିକ ୧୦ପ୍ରତିଶତ ଅର୍ଥ ମିଳିବ ବୋଲି ପ୍ୟାକେଜ୍ ଘୋଷଣା ହୋଇଛି।
You might also like