ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ରାଜ୍ୟ ସରକାରଙ୍କ ୧୬ଶହ କୋଟିର ପ୍ୟାକେଜ୍ ଘୋଷଣା କଲେ

ଭୁବନେଶ୍ୱର: ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ୧୬ ଶହ କୋଟି ଟଙ୍କାର ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକା  ବିଶେଷ କରି ଚାଷୀ, ଗୋ ଏବଂ ମତ୍ସ୍ୟଚାଷୀ, SHG ପାଇଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଅଣଜଳସେଚିତ ଜମି ପାଇଁ ହେର ପିଛା ୬ ହଜାର ୮ଶହ ଟଙ୍କା ଇନ୍‌ପୁଟ୍ ସବସିଡି ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ସେହିପରି ଜଳସେଚିତ ଜମି ପାଇଁ ହେର ପିଛା ୧୩,୫୦୦ ଟଙ୍କା ଇନପୁଟ୍ ସବସିଡି, ଫନି ଦ୍ୱାରା ପ୍ରଭାବିତ ଜିଲ୍ଲାଗୁଡ଼ିକୁ ଏକ ଲକ୍ଷ ପରିବା ମିନିକିଟ୍ ପ୍ରଦାନ କରାଯିବ। କ୍ଷତିଗ୍ରସ୍ତ ପ୍ରତ୍ୟେକ ପାନଚାଷୀଙ୍କୁ ୧୫ ହଜାର ଟଙ୍କା ଏବଂ ଛତୁଚାଷୀଙ୍କୁ ପ୍ରତି ୟୁନିଟ ପୁନରୁଦ୍ଧାର ପାଇଁ ମିଳିବ ୪୦ ହଜାର ଟଙ୍କା       ।  କଦଳୀ ଚାଷୀଙ୍କୁ ହେକ୍ଟର ପିଛା ମିଳିବ ୨୫ ହଜାର ଟଙ୍କା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସେହିପରି ଦୁହାଁଳିଆ ଗାଈ ଏବଂ ମଇଁଷି ମରିଥିଲେ ଗୋଟା ପିଛା ମିଳିବ ୩୦ ହଜାର ଟଙ୍କା, ବଳଦ ପିଛା ୨୫ ହଜାର ଏବଂ ଛେଳି ପିଛା ୩ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବ।

ଗୁହାଳ ତିଆରି ପାଇଁ ଚାଷୀ କିମ୍ବା SHGଙ୍କୁ ୫୦ ହଜାର ଟଙ୍କା, କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀଙ୍କ ଡଙ୍ଗା ଏବଂ ଜାଲ ପାଇଁ ବି ସହାୟତା ପ୍ରଦାନ କରାଯିବ। କ୍ଷତିଗ୍ରସ୍ତ ମତ୍ସ୍ୟ ଚାଷୀଙ୍କୁ ହେର ପିଛା ମିଳିବ ୧୨ ହଜାର ୨୦୦ ଟଙ୍କା ଏବଂ କ୍ଷତିଗ୍ରସ୍ତ ମହିଳା SHGଙ୍କୁ ମିଳିବ ୧୦ ହଜାର ଟଙ୍କାର ଅତିରିକ୍ତ ସିଡ୍ ମନି।

 

You might also like