ବେଲଣା କାଠିରେ ବାଡେଇ କୃତଜ୍ଞତା ଜଣାଇଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଳି ବଜାଇବା ସହ ବେଲଣା ପଟା ବାଡ଼େଇ କୋଭିଡ୍-୧୯ ମୁକାବିଲା ପାଇଁ କାର୍ଯ୍ୟରତ ଲକ୍ଷ ଲକ୍ଷ ଯୋଦ୍ଧାଙ୍କୁ ନିଜ କୃତଜ୍ଞତା ଜଣାଛନ୍ତି। ସମସ୍ତ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ ଓ ସଫେଇ କର୍ମଚାରୀ, ପରିବହନ କର୍ମଚାରୀ, ପୋଲିସ, ମିଡିଆ କର୍ମୀ ଏବଂ ଅନ୍ୟ ସହଯୋଗୀ ବ୍ୟକ୍ତିଙ୍କ ପାଇଁ ସେ ତାଳି ବଜାଇଥିବା ଟ୍ୱିଟ୍ କରିଛନ୍ତି।


ସେପଟେ ଲୋକସେବା ଭବନ ସମ୍ମୁଖରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଓ ୫-ଟି ସଚିବ ଭି. କେ. ପାଣ୍ଡିଆନ, ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ, ଆଇଏଏସ୍ ସୁରେଶ ମହାପାତ୍ର, ଏନଏଚଏମ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ପ୍ରମୁଖ ତାଳି ବଜାଇଥିଲେ।

ସେପଟେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ଓ ବଡ଼ଚଣା ବିଧାୟକ ଅମର ଶତପଥୀଙ୍କ ସହ ଅନ୍ୟ କିଛି ରାଜନେତା ମଧ୍ୟ ଘଣ୍ଟ ଓ ତାଳି ବଜାଇଛନ୍ତି।

You might also like