• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଜିଲ୍ଲା ଗସ୍ତ ନକରି 5T ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଓ ବିରୋଧୀଙ୍କ ଅଭିଯୋଗ ପରେ ‘ମୋ ସରକାର’ର ସମୀକ୍ଷା କରି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ସେ ହିଁ ୧୫ ଜିଲ୍ଲାକୁ ଅଫିସରମାନଙ୍କୁ ପଠାଇଥିଲେ। ଆଉ ଏହି ସଚିବମାନଙ୍କ ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ କିଛି ନୂଆ ପ୍ରକଳ୍ପ ଘୋଷଣା କରିଛନ୍ତି।

ସେଗୁଡ଼ିକ ହେଲା- ମାଲକାନଗିରି, କୋରାପୁଟ, ନବରଙ୍ଗପୁର ମେଡିକାଲ୍‌ର ଶଯ୍ୟା ବୃଦ୍ଧି କରାଯିବ। ମାଲକାନଗିରି ମେଡିକାଲ ଶଯ୍ୟା ୨ଶହକୁ ବଢ଼ାଇବେ ସରକାର। ଏହାଛଡ଼ା ମାଲକାନଗିରିରୁ ମୋଟୁକୁ ଦୈନିକ ବସ୍ ଚଳାଚଳ କରିବ। କୋରାପୁଟ ମେଡିକାଲ କଲେଜରେ ଶଯ୍ୟା ସଂଖ୍ୟା ୭ଶହକୁ ବୃଦ୍ଧି କରାଯିବ। ମେଡିକାଲ କଲେଜକୁ ୫ଟି ଆମ୍ବୁଲାନ୍ସ ଓ ୩ଟି ମହାପ୍ରୟାଣ ଗାଡ଼ି ଯୋଗାଇଦିଆଯିବ। କୋରାପୁଟ ଜିଲ୍ଲା ହସ୍ପିଟାଲ ଶଯ୍ୟା ସଂଖ୍ୟା ୨୫୦କୁ ବଢ଼ିବ ଓ ଏହି ହସ୍ପିଟାଲକୁ ୨ଟି ଆମ୍ବୁଲାନ୍ସ ଯୋଗାଇଦେବେ ସରକାର।

ସେହିପରି ନବରଙ୍ଗପୁର ମେଡିକାଲ ଶଯ୍ୟା ସଂଖ୍ୟା ୨୦୦କୁ ବୃଦ୍ଧି ଘୋଷଣା କରାଯାଇଛି। ଏହି ମେଡିକାଲକୁ ୩ଟି ଆମ୍ବୁଲାନ୍ସ, ୩ଟି ମହାପ୍ରୟାଣ ଗାଡ଼ି ଯୋଗାଇଦିଆଯିବ।

ଏହାଛଡ଼ା ୨୦୦ ଶଯ୍ୟା ବିଶିଷ୍ଟ ନୂଆ ହସ୍ପିଟାଲ କୋଠା ନବରଙ୍ଗପୁରରେ ନିର୍ମାଣ କରାଯିବ। ଏସବୁ ପ୍ରକଳ୍ପ ବାବଦରେ ପ୍ରାୟ ୪୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ସେପଟେ ମୋ ସରକାର ଲାଗୁ ହେବା ପରେ ନିଜେ ମୁଖ୍ୟମନ୍ତ୍ରୀ ୧୨୦ଟି କଲ୍ କରି ଲୋକଙ୍କ ସହ କଥା ହୋଇଛି ବୋଲି ସୂଚନା ଦେଇଛନ୍ତି।

 

Cm-approves-several-infrastructure-development-and-patient-welfare-projects-in-these-three-hospitals
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories