ପ୍ଲାଜ୍‌ମା ଦାନ କରିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚିନ୍ତା ବଢାଇ ଦେଇଛି ଜୁଲାଇ। ଗତ ୨୦ ଦିନ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ଟପିଛି। ଆଗକୁ ସ୍ଥିତି ଆହୁରି ଖରାପ ହେବାର ଆଶଙ୍କା ରହିଛି। ଏପରି ସ୍ଥିତିରେ ପ୍ଲାଜ୍‌ମା ଥେରାପିର ସଫଳ ଚିକିତ୍ସା କିଛିଟା ଆଶ୍ୱାସନା ଦେଇଛି।

ପ୍ଲାଜ୍‌ମା ଥେରାପି ସଫଳ ହେବା ପରେ  କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତମାନେ ପ୍ଲାଜମା ଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ କରିଛନ୍ତି । ଏହା ଦ୍ୱାରା ମୂଲ୍ୟବାନ ଜୀବନ ରକ୍ଷା କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।

ପ୍ରାଥମିକ ପର୍ଯ୍ୟାୟରେ ପ୍ଲାଜମା ଥେରାପି ଦ୍ୱାରା ଉତ୍ସାହଜନକ ଫଳାଫଳ ମିଳୁଛି । ତେଣୁ ଗୁରୁତର କରୋନା ଆକ୍ରାନଙ୍କ ଚିକିତ୍ସା ପାଇଁ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ  କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କର ଏହି ଅନୁରୋଧ ପରେ ଏନଡିଆରଏଫ୍ ଯବାନ ମାନେ ପ୍ଲାଜମା ଦାନ କରିଛନ୍ତି । ଏହି ଯବାନମାନେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି। ଆଜି କଟକ ଏସସିବି ମେଡିକାଲକୁ ଆସି ସେମାନେ ରକ୍ତଦାନ କରିଛନ୍ତି । କୋଲକାତାର ଅମ୍ପନ ପୁନରୁଦ୍ଧାର କାର୍ଯ୍ୟରେ ସାମିଲ ହୋଇ ଅନେକ ଏନଡିଆରଏଫ୍ ଯବାନ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେମାନେ ସୁସ୍ଥ ହେବା ପରେ ଆଜି ପ୍ଲାଜମା ଦାନ କରିଛନ୍ତି । ସୁସ୍ଥ ହୋଇଥିବା ସମସ୍ତ ଏନଡଆରଏଫ୍ ଯବାନ୍ ପ୍ଲାଜମା ଦାନ କରିବାକୁ ଇଚ୍ଛୁକ ବୋଲି ଏନଡିଆରଏଫ୍ ପକ୍ଷରୁ କୁହାଯାଇଛି।

ସୂଚନାଥାଉ କି,  ଜୁଲାଇ ମାସରେ ୧୧ ହଜାର ୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୩ ହଜାର ୪୯୩ରେ ପହଞ୍ଚିଛି। ଅର୍ଥାତ ୩୧ ପ୍ରତିଶତ ହେଉଛନ୍ତି ଲୋକାଲ୍ କଣ୍ଟାକ୍ଟ ।

ସେତିକି ନୁହେଁ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୯୭ ଜଣଙ୍କ ମୃତ୍ୟୁରୁ କେବଳ ଜୁଲାଇ ମାସରେ ହିଁ ଗଲାଣି ୭୨ ଜୀବନ।  ମାସ ସରିବାକୁ ଆଗକୁ ଆହୁରି ୧୦ ଦିନ ବାକି ରହିଛି। ତେଣୁ ଏଭଳି ଯଦି ସଂକ୍ରମଣ ଏବଂ ମୃତ୍ୟୁ ହାର ଜାରି ରହେ, ତେବେ ସ୍ଥିତି ସଂଗୀନ ହୋଇପାର ସ୍ଥିତି। କେବଳ ଜୁଲାଇରେ ହିଁ ଆଉ ୧୦ ହଜାର ଆକ୍ରାନ୍ତ ହୋଇପାରନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା ଆଶଙ୍କା କରିଛନ୍ତି ।

 

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

ଓଡ଼ିଶାର ଏଇ ପ୍ରମୁଖ ସହର ୨ ଦିନ ସଟଡାଉନ୍

ଦୈନିକ ସାଢେ ୪ ଘଣ୍ଟା ହେବ ଗୃହ କାର୍ଯ୍ୟ

‘ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମନେପଡ଼େ ନିର୍ବାଚନ ମଣ୍ଡଳୀ କଥା’

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

You might also like