ଭଦ୍ରକ ଏସ୍‌ପିଙ୍କ କାର୍‌କୁ ପିଟିଲା ଟ୍ରକ୍‌

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଏସ୍‌ପି ଚରଣ ସିଂ ମୀନାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭଣ୍ଡାରିପୋଖରୀ ଛକ ନିକଟରେ ଏକ ଟ୍ରକ୍ ଏସ୍‌ପିଙ୍କ କାର୍‌କୁ ଧକ୍କା ଦେଇଥିବା ସୂଚନା ମିଳିଛି। ତେବେ ଏସ୍‌ପି ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।

ଭଦ୍ରକ ୧୬ନଂ ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଛକ ନିକଟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଥିଲା। ୧୬ନଂ ଜାତୀୟ ରାଜପଥ ଆଖୁଆପଦା ନିକଟରେ ଥିବା ଚେକ୍‌ଗେଟ୍‌ରୁ ରୁଟିନ୍‌ ଚେକିଂ କରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ଦୁର୍ଘଟଣା ଘଟାଇ ଟ୍ରକ୍‌ ଡ୍ରାଇଭର ଫେରାର ହେବା ପାଇଁ ପ୍ରୟାସ କରୁଥିବା ବେଳେ ପୋଲିସ୍‌ ଟ୍ରକ୍‌ ଡ୍ରାଇଭରଙ୍କୁ ଧରିଥିଲା। ଟ୍ରକ୍‌ ଡ୍ରାଇଭରଙ୍କୁ ଅଟକ ରଖି ପୋଲିସ୍‌ ପଚରାଉଚରା ଚଳାଇଛି।

You might also like