ଓଡ଼ିଆ ଶ୍ରମିକଙ୍କୁ ନେଇ ଯାଉଥିବା ବେଳେ ଜଳିଗଲା ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ବିଶାଖାପାଟଣା: ଚଳନ୍ତା ବସରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ବିଶାଖାପାଟଣା ପାଇକରାଓପେଟା NH୫ ନିକଟରେଓଡ଼ିଆ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍ ଜଳିଯାଇଛି। ସର୍ଟସର୍କିଟ ହୋଇ ବସରେ ନିଆଁ ଲାଗିଥିବା ସୂଚନା ମିଳିଛି। ତେବେ ବସରେ ଡ୍ରାଇଭର, ହେଲପରଙ୍କ ସମେତ ୩୨ ଜଣ ଯାତ୍ରୀ ଥିଲେ। ତେବେ ସବୁଠାରୁ ବଡ଼ କଥା ହେଲା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏବେ ସୁଦ୍ଧା
ଓଡ଼ିଆ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍ ବିଶାଖାପାଟଣା ପାଇକରାଓପେଟା ନିକଟରେ NH୫ରେ ଜଳିଗଲା, ସର୍ଟସର୍କିଟ ହୋଇ ନିଆଁ ଲାଗିଥିବା ସୂଚନା, ସମସ୍ତ ଯାତ୍ରୀ ଉଦ୍ଧାର #Odisha
— ଓଟିଭି (@otvkhabar) February 9, 2021
ଜଳିଗଲା ଓଡ଼ିଶା ଶ୍ରମିକଙ୍କୁ ନେଇ ଯାଉଥିବା ବସ୍। ବିଶାଖାପଟଣା ପାଇକରାଓପେଟା ନିକଟରେ ହୁତୁହୁତୁ ଜଳିଲା ବସ୍। ଡ୍ରାଇଭର, ହେଲପର ସମେତ ୩୨ ଶ୍ରମିକ ସୁରକ୍ଷିତ। ଦେଖନ୍ତୁ କେମିତି ଜଳୁଛି ବସ୍ #Visakhapatnam #FireInBus #Odisha pic.twitter.com/UGoVYYfL7U
— ଓଟିଭି (@otvkhabar) February 9, 2021