ମା’ ଅଁଳାଶୁଣୀ ମକର ମେଳାରେ ଯୁବ ଭାରତ ସଙ୍ଗଠନର ସଫେଇ କାର୍ଯ୍ୟକ୍ରମ

ଭଦ୍ରକ : ଭଦ୍ରକ ଜିଲ୍ଲା ବାହାଦୁଲ ନଗରସ୍ଥିତ ମା’ ଅଁଳାଶୁଣୀ ପୀଠରେ ୭ଦିନ ଧରି ଅନୁଷ୍ଠିତ ମକର ମେଳାରେ ବାହାଦୁଲ ଯୁବଭାରତ ସଂଗଠନ ଦ୍ୱାରା  ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୁବ ଭାରତ ସଂଗଠନର ସଦସ୍ୟମାନେ ପ୍ରତିଦିନ ଯୋଗାଭ୍ୟାସ ପରେ ମା’ ଅଁଳାଶୁଣୀ ମନ୍ଦିର ପରିସର ଓ ମେଳା ପଡ଼ିଆକୁ ସଫେଇ କରିଥିଲେ।

ଯୁବଭାରତ ସଂଗଠନର ଏଭଳି ମହତ କାର୍ଯ୍ୟକୁ ସେଠାର ସ୍ଥାନୀୟ ଲୋକଙ୍କ ସହ ମେଳାକୁ ଦୂରଦୂରାନ୍ତରୁ ଆସିଥିବା ବ୍ୟବସାୟୀ ବ୍ୟକ୍ତି ଓ ଶ୍ରଦ୍ଧାଳୁମାନେ ପ୍ରଶଂସା କରିଥିଲେ। ସଂଗଠନର ସ୍ୱଚ୍ଛତା ପ୍ରତି ଏଭଳି ମହତ କାର୍ଯ୍ୟକୁ ଦେଖି ସେଠାର ଲୋକେ ସେହି କାର୍ଯ୍ୟରେ ସାହାଯ୍ୟ ସହଯୋଗ କରିଥିଲେ।

ଯୁବ ଭାରତ  ରାଜ୍ୟ ପ୍ରଭାରୀ  ଶ୍ରୀଯୁକ୍ତ ପୀତାମ୍ବର ସାହୁଙ୍କ ତତ୍ତ୍ୱାବଧାନରେ  ଅନୁଷ୍ଠିତ ଏହି ସଫେଇ କାର୍ଯ୍ୟକ୍ରମରେ ଅଭୟ ରାଉଳ, ଆଲୋକ ଚାନ୍ଦ , ଅଶୋକ ନାୟକ, ବାଦଲ ସେନାପତି,ବିଜୟ ରାଉଳ, ବିକାଶ ଚନ୍ଦ, ବିଷ୍ଣୁ ପ୍ରସାଦ ଜେନା, ଚନ୍ଦନ ଚନ୍ଦ, ଦୀପକ ଚନ୍ଦ, ଜଗନ୍ନାଥ ନାୟକ , କୈବଲ୍ୟ ସ୍ୱାଇଁ , କାଶିନାଥ  ସିଂହ,  ମାନସ ଚନ୍ଦ,  ପ୍ରମୋଦ  ରାଉଳ,  ରତିକାନ୍ତ ଜେନା, ସାଇ ସତ୍ୟ ରଂଜନ ସାହୁ, ସଂଜୟ ଚନ୍ଦ,  ତସତ୍‌ ସ୍ୱାଇଁ  ଓ ପ୍ରାଣ ରଂଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ ଏବଂ ସେଠାରେ ଲୋକଙ୍କୁ ପ୍ରତିଦିନ ଯୋଗ କରିବା ଓ ପରିବେଶକୁ ସ୍ୱଚ୍ଛତା ରଖିବାର ବାର୍ତ୍ତା ଦେଇଥିଲେ।

 

You might also like