ରେଳ ବଗି ସଦୃଶ ନିର୍ମାଣ ହୋଇଛି ଶ୍ରେଣୀ ଗୃହ

ରେଳଗାଡି ନେଇ ପିଲାଙ୍କୁ ସଚେତନ କରାଇବା ପ୍ରୟାସ

ମାଲକାନଗିରି : କୁନି କୁନି ପିଲା ପଢୁଛନ୍ତି ରେଳ ଡବା ଭିତରେ। ପୁଣି ରେଳ ଡବାର ଡୋର ନିକଟରେ ପିଲାମାନେ ଭିଡ଼ ଜମାଇ ଥିବା ଭଳି ଜଣାପଡୁଛି। ଏହା ଭ୍ରମ ସୃଷ୍ଟି କରୁଥିଲେ ବି ପ୍ରକୃତରେ ଏହା ହେଉଛି ଶ୍ରେଣୀ ଗୃହ। ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା ବୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ  ଏଭଳି।

ବିଦ୍ୟାଳୟର କ୍ଲାସ୍‌ ରୁମକୁ ରେଳ ଡବା ଭଳି ଚିତ୍ରଣ କରାଯାଇଛି। କୁନି କୁନି ପିଲାମାନେ ରେଳ ଡବା ସଦୃଶ ନିର୍ମିତ କ୍ଲାସ୍‌ ରୁମ୍‌ରେ ପାଠ ପଢୁଛନ୍ତି। ପୁଣି ଏହାର ନାମ ରଖାଯାଇଛି ମାଲ୍ୟବନ୍ତ ଏକ୍ସପ୍ରେସ୍।

ମାଲକାନଗିରି ଉପାନ୍ତ ଅଞ୍ଚଳକୁ ରେଳ ସେବା ଏବେ ସ୍ୱପ୍ନ ହୋଇ ରହିଛି। ଏଠାରେ ଅଧିକାଂଶ ପିଲା ଅାଦିବାସୀ ସମ୍ପ୍ରଦାୟର। ତେଣୁ ଏହି ଅଞ୍ଚଳର ଯେଉଁ ପିଲାମାନେ ଟ୍ରେନ୍ ଦେଖିନାହାନ୍ତି, ସେମାନେ ଟ୍ରେନ୍ ବାବଦରେ ସଚେତନ ହୋଇପାରିବେ ବୋଲି କହିଛନ୍ତି ପ୍ରଧାନଶିକ୍ଷକ।

ସର୍ବଶିକ୍ଷା ଅଭିଯାନ ପକ୍ଷରୁ ହୋଇଥିବା ଏଭଳି ଉଦ୍ୟମ ନିଶ୍ଚିତ ଭାବେ ପ୍ରଶଂସନୀୟ।

You might also like
Comments
Loading...