ସ୍କୁଲ୍ ଛାତ୍ରଙ୍କୁ ଛୁରା ମାଡ଼

କେନ୍ଦୁଝର: ସ୍କୁଲ୍ ଛାତ୍ରଙ୍କୁ ଛୁରା ମାଡ଼। କେନ୍ଦୁଝର ଜିଲ୍ଲା ଯୋଡ଼ା ବସ୍‌ଷ୍ଟାଣ୍ଡରେ ଜଣେ ସ୍କୁଲ୍ ଛାତ୍ରଙ୍କୁ ଛୁରା ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ପିଠି ଓ କାନରେ ଆଘାତ ଲାଗିଛି।ତାଙ୍କୁ ଟାଟା ଷ୍ଟିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେ ବଡ୍‌ବିଲ୍‌ ସ୍ଥିତ ସେଣ୍ଟମେରୀ ସ୍କୁଲର ଏକାଦଶ ଶ୍ରେଣୀର ଛାତ୍ର। ଆଜି ଛାତ୍ର ଜଣକ ସ୍କୁଲ୍ ଯିବା ପାଇଁ ଯୋଡ଼ା ବସ୍‌ଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା କରିଥିଲେ। ଏହି ସମୟରେ ଜଣେ ଦୁର୍ବୃତ୍ତ ଆସି ତାଙ୍କ ମୋବାଇଲ୍ ଛଡ଼ାଇ ନେଇଥିଲେ। ଛାତ୍ର ଜଣକ ମୋବାଇଲ୍‌ ମାଗିବାରୁ ଦୁର୍ବୃତ୍ତ ଜଣକ ଛାତ୍ରଙ୍କୁ ଆକ୍ରମଣ କରିଥିଲେ।

ପୁଲିସ୍ ଘଟଣାର ତଦନ୍ତ କରୁଛି।

You might also like