ସ୍କୁଲ ହଷ୍ଟେଲରୁ ଛାତ୍ର ନିଖୋଜ ଅଭିଯୋଗ

ରାଉରକେଲା : ରାଉରକେଲା କୁଆରମୁଣ୍ଡା ଡ଼ନ୍ ବାସ୍କୋ ସ୍କୁଲ ହଷ୍ଟେଲରୁ ସପ୍ତମ ଶ୍ରେଣୀ ଛାତ୍ର ନିଖୋଜ। ଛାତ୍ର ଜଣକ ହେଲେ ସୁନ୍ଦରଗଡ଼ ଜିଲ୍ଲା କାଲଟା ଅଞ୍ଚଳର ପଦୁ ଗୋପଙ୍କ ପୁଅ ଅରୁଣ କୁମାର ଗୋପ।

ଅରୁଣ ଗତ ୫ ଫେବ୍ରୁଆରୀରୁ ନିଖୋଜ ହୋଇଥିବା ଜଣାପଡିଛି। କିନ୍ତୁ ସ୍କୁଲ କର୍ତ୍ତୃପକ୍ଷ ଘଟଣାର ୧୧ ଦିନ ପରେ ଥାନାରେ ରିପୋର୍ଟ ଦେଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ପୁଲିସ୍‌ ଗୋଟିଏ ଅପହରଣ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି।

ହଷ୍ଟେଲ କର୍ତ୍ତୃପକ୍ଷ ଅରୁଣଙ୍କୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ନିଖୋଜ ଅରୁଣର ଭାଇ। ସେପେଟେ ଧମକାଇବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ହଷ୍ଟେଲ୍ କର୍ତ୍ତୃପକ୍ଷ।

You might also like