୫୦୦ ଟଙ୍କା ପାଇଁ ନଈ ବାଲିରେ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଗାତରେ ଜୀଅନ୍ତା ପୋତିବା ନେଇ ଅଭିଯୋଗ

କୁଜଙ୍ଗ: ମାତ୍ର କିଛି ଟଙ୍କା ପାଇଁ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଗାତରେ ଜୀଅନ୍ତା ପୋତିବା ନେଇ ଅଭିଯୋଗ ହୋଇଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ଜିଲ୍ଲାନାସୀ ଗାଁରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ଗତ ବୁଧବାର ଦିନ ଜିଲ୍ଲାନାସୀ ଗାଁର ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଅନ୍ୟ ଜଣେ ଛାତ୍ର ୫୦୦ ଟଙ୍କା ପାଇଁ ନଦୀ ପଠାରେ ଗାତ କରି ବେକ ପର୍ଯ୍ୟନ୍ତ ପୋତି ଦେଇଥିବା ଅଭିଯୋଗ ହୋଇଥିଲା।

ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ ହେବା ସହ ଘଟଣାର ସତ୍ୟତା ପାଇଁ ପୁଲିସ୍‌ ନଦୀ ପଠାକୁ ଯାଇ ତଦନ୍ତ କରିଥିଲା।  ତେବେ ନଦୀ ପଠାରେ ଗାତ ଖୋଳା ଯାଇଥିବା ଭଳି କୌଣସି ସୁରାକ ମିଳିନଥିବା କୁଜଙ୍ଗ ଆଇଆଇସି କହିଛନ୍ତି। ସେମାନଙ୍କ ମଧ୍ୟରେ ଉକ୍ତ ଦିନ ମାର୍‌ପିଟ୍‌ ଓ ଝଗଡ଼ା ହୋଇଥିଲା। ଏନେଇ ଏକ ଅଭିଯୋଗ ହୋଇଛି ବୋଲି ଆଇଆଇସି କହିଛନ୍ତି। ସେପଟେ ଏକ ଟିମ୍ ନାବାଳକ ଛାତ୍ରଙ୍କ ଗାଁକୁ ଯାଇ ପଚରାଉଚରା କରିଛି।

ଅନ୍ୟପଟେ, ପୁଲିସ୍‌ ଘଟଣାର ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ

ବିଜୁ ଯୁବ ବାହିନୀ ସଦସ୍ୟ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ

ଭାଙ୍ଗିଲା ରକ୍ଷଣଶୀଳତାର ମଜବୁତ୍ ବାଡ଼; ଝିଅ କାନ୍ଧରେ ମଶାଣି ଗଲେ ବାପା

ପାଟକୁରା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ବିରୋଧରେ ନକଲି ଭିଡିଓ ଭାଇରାଲ୍

କ୍ରୀଡ଼ାର ପ୍ରାଣ କେନ୍ଦ୍ର କୁହାଯାଉଥିବା ଓଡ଼ିଶାରେ ନାହିଁ କ୍ରୀଡ଼ା ନୀତି

ପ୍ରଶାନ୍ତଙ୍କ ଦୃଢ଼ ଇଛାଶକ୍ତି ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା

ଧୋକା ଦେଲା ମୌସୁମୀ: ଶ୍ରାବଣ ମାସରେ ବିଲ ଫାଟି ଆଁ

ସାପ ସହ ଷ୍ଟଣ୍ଟ କରିବା ମହଙ୍ଗା ପଡ଼ିଲା

ବିଜେପି ସଦସ୍ୟତା ଅଭିଯାନ: ୧୦ ଲକ୍ଷ ଯୁବକଙ୍କୁ ଦଳରେ ସାମିଲ୍‌ କରିବାକୁ ଲକ୍ଷ୍ୟ

ପାଣି ପାଇଁ ତାତିଲେ ଲୋକେ

ପାଟକୁରା ନିର୍ବାଚନ: ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଦାବି କଲା ବିଜେଡି

ଦୁର୍ବୃତ୍ତ ଝାମ୍ପିନେଲେ ସାଢ଼େ ୬ ଲକ୍ଷ ଟଙ୍କା

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିୟନସିପ୍ ; ଫାଇନାଲରେ ଭାରତୀୟ ପୁରୁଷ ଓ ମହିଳା ଟିମ୍

You might also like