ସ୍କୁଲ ଯାଉଥିବା ଛାତ୍ରଙ୍କୁ ଝୁଣି ମାରିଦେଲା ବୁଲା କୁକୁର

ମୟୁରଭଞ୍ଜ  : ସ୍କୁଲ ଯାଉଥିବାବେଳେ ଛାତ୍ରଙ୍କୁ ଝୁଣି ମାରିଦେଲା ବୁଲା କୁକୁର। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବାଲିସୁତୁରା ଗାଁରେ। ପ୍ରଥମ ଶ୍ରେଣୀର ଏହି ଛାତ୍ର ଜଣକ ନିଜ ଘରୁ ବାହାରି ବିଲ ରାସ୍ତା ଦେଇ ରାହାଙ୍ଗା ୟୁ.ପି ସ୍କୁଲକୁ ପାଠ ପଢ଼ିବାକୁ ଯାଉଥିଲେ। କିନ୍ତୁ ୧୦ରୁ ୧୨ଟି କୁକୁର ହଠାତ୍ ମାଡ଼ି ଆସିବା ସହ ଘଟଣାସ୍ଥଳରେ ହିଁ ଜୀବନ ନେଇଯାଇଥିଲେ।

ଘଟଣା ସମ୍ପର୍କରେ ସୂଚନା ପାଇ ଯଶୀପୁର ପୁଲିସ ପହଞ୍ଚି ମୃତଦେହକୁ ବ୍ୟବଛେଦ ପାଇଁ ପଠାଇ ତଦନ୍ତ କରୁଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳିଯାଇଛି। ତେବେ ଏନେଇ ପୁଲିସ କିମ୍ବା ପରିବାର ଲୋକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

You might also like