ମେ’ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍‌ ରେଜଲ୍ଟ

କଟକ: ଚଳିତ ମାସ ତୃତୀୟ ସପ୍ତାହରେ ମାଟ୍ରିକ୍‌ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦର ସମ୍ପାଦକ ରାମାଶିଷ ହାଜରା ସୂଚନା ଦେଇଛନ୍ତି।

ରେଜଲ୍ଟକୁ ନିର୍ଭୁଲ୍‌ ଓ ତ୍ରୁଟିଶୂନ୍ୟ କରିବାକୁ ସମୟ ଲାଗୁଛି ବୋଲି ହାଜରା କହିଛନ୍ତି। ତେବେ କେତେ ତାରିଖରେ ମାଟ୍ରିକ୍‌ ରେଜଲ୍ଟ ବାହାରିବ ସେନେଇ ସେ କିଛି ସ୍ପଷ୍ଟ କରି ନାହାନ୍ତି।

ସୂଚନାଯୋଗ୍ୟ, ଫେବୃଆରୀ ୨୨ ତାରିଖରେ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖରେ ଶେଷ ହୋଇଥିଲା। ଚଳିତ ବର୍ଷ ୫ ଲକ୍ଷ ୮୭ ହଜାର ୭୨୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ମାର୍ଚ୍ଚ ୨୫ ତାରିଖରୁ ଖାତା ଦେଖା ଆରମ୍ଭ ହୋଇଥିଲା।

ପ୍ରଶ୍ନପତ୍ର ଭାଇରାଲ୍ ଓ ଓଏମ୍‌ଆର୍‌ ସିଟ୍ ଗାଏବକୁ ନେଇ ଚଳିତ ଥର ମାଟ୍ରିକ୍‌ ପରୀକ୍ଷା ଚର୍ଚ୍ଚାରେ ଥିଲା।

ଆହୁରି ପଢ଼ନ୍ତୁ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

You might also like