କଟକରେ ଜମିଜମା ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ

କଟକ: ଜମିଜମା ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ସୁକରପଡ଼ା ଗାଁରେ ଦୁଇ ପରିବାର ମଧ୍ୟରେ ଏହି ଗଣ୍ଡଗୋଳ ହୋଇଛି। ଜମି ବିବାଦକୁ କେନ୍ଦ୍ର କରି ସୋନା ଖାନ୍ ଓ ସେକ୍ ନିଜାମ୍‌ଙ୍କ ପରିବାର ମଧ୍ୟରେ ଗତ କିଛି ଦିନ ତଳେ ଗଣ୍ଡଗୋଳ ହୋଇଥିଲା।

ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ବହୁବାର ଝଗଡ଼ା ମଧ୍ୟ ହୋଇଥିଲା। ତେବେ ଗତକାଲି ସଂଧ୍ୟାରେ ଏହି ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା। ଉଭୟ ପରିବାରରଲୋକେ ମାରଣାସ୍ତ୍ର ଧରି ପରସ୍ପରକୁ ଆକ୍ରମଣ କରିଥିଲେ। ଫଳରେ ଏହି ଘଟଣାରେ ୪ ଜଣ ମହିଳାଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି।

ଆହତ ହୋଇଥିବା ତିନି ଜଣଙ୍କୁ ଏସ୍‌ସିବି ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଏହି ମାମଲାରେ ନିଶ୍ଚିନ୍ତକୋଇଲି ପୁଲିସ୍‌ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

You might also like