• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ଦୁଇଟି ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ପରେ ବିଜେଡିର ଦଳୀୟ କନ୍ଦଳ ବିସ୍ଫୋରକ ରୂପ ନେଇଛି। ଜଣଙ୍କ ପରେ ଜଣେ ସିଟିଂ ବିଧାୟକ ଓ ସାଂସଦ ଦଳ ଛାଡୁଛନ୍ତି। ସେତିକିରେ ଦଳୀୟ ଅସନ୍ତୋଷ ସୀମିତ ରହିନାହିଁ। ସ୍ଥିତି ଏମିତି ହୋଇଛି ଯେ, ନବୀନ ନିବାସ ଆଗରେ ଦଳୀୟ କର୍ମୀଙ୍କ ମଧ୍ୟରେ ଠେଲାପେଲା ମଧ୍ୟ ହୋଇଛି। ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଟିକେଟ୍ କସରତ ଚାଲିଥିବାବେଳେ ଆଜି ଏପରି ଦୃଶ୍ୟ ନବୀନ ନିବାସ ବାହାରେ ଦେଖିବାକୁ ମିଳିଛି।

ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କ ସମର୍ଥକ ଓ ଆଶାୟୀ ପ୍ରାର୍ଥୀ ତୃପ୍ତିରଞ୍ଜନ ବେହେରାଙ୍କ ସମର୍ଥକ ମଧ୍ୟରେ ଆଜି ନବୀନ ନିବାସ ଆଗରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଏହି ସମୟରେ ପ୍ରମୋଦଙ୍କ ବିରୋଧୀ ଗୋଷ୍ଠୀ ରାସ୍ତା ଉପରେ କିଛି ସମୟ ପାଇଁ ବସି ରହିଥିଲେ।

କେବଳ ପ୍ରମୋଦ ମଲ୍ଲିକ ନୁହଁନ୍ତି ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ଓ ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ରଙ୍କ ବିରୋଧରେ ମଧ୍ୟ ନବୀନ ନିବାସ ଆଗରେ ବିରୋଧୀ ଗୋଷ୍ଠୀ ନାରାବାଜି କରିଥିଲେ।

ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ୬ ଲୋକସଭା ଆସନ ମଧ୍ୟରୁ ୪ ପ୍ରାର୍ଥୀ ବଦଳିବାର ସମ୍ଭାବନା ରହିଛି। ସେହିପରି ୪୨ ବିଧାନସଭା ସିଟ୍‌ରୁ ୧୦ ବିଧାୟକଙ୍କ ଟିକେଟ କଟିବା ସହ କିଛି ସ୍ଥାନରେ ସିଟିଂ ଏମ୍ଏଲ୍ଏଙ୍କ ପୁଅମାନଙ୍କୁ ପ୍ରାର୍ଥୀ କରାଯାଇପାରେ। ୨୦୧୪ରେ ଏହି ୪୨ ସିଟ୍ ମଧ୍ୟରୁ ବିଜେଡି ୩୮ଟି, ବିଜେପି ୩ ଟି ଓ ଗୋଟିଏରେ ସ୍ୱାଧୀନ ପ୍ରାର୍ଥୀ ଜିତିଥିଲେ।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ତୃତୀୟ ପର୍ଯ୍ୟାୟରେ ୧୦ ବିଧାୟକ ଓ ୩ ସାଂସଦଙ୍କ ଟିକଟ୍ କଟିବାର ସମ୍ଭାବନା ରହିଛି। ବାଦ୍ ପଡିବା ସାଂସଦ ତାଲିକାରେ ନଗେନ୍ଦ୍ର ପ୍ରଧାନ, ସକୁନ୍ତଳା ଲାଗୁରି ଓ ପ୍ରସନ୍ନ ପାଟ୍ଟଶାଣୀଙ୍କ ନାମ ଥିବା ଶୁଣାଯାଉଛି।

ସେହିପରି ଢେଙ୍କାନାଳ ସାଂସଦ ତଥାଗତ ସତପଥୀ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିସାରିଥିବାରୁ ସେଠାରେ ନୂଆ ମୁହଁ ପ୍ରାର୍ଥୀ ହେବେ। ବିଧାନସଭା ଆସନ ମଧ୍ୟରୁ ରେଙ୍ଗାଲି ବିଧାୟକ ରମେଶ ପଟୁଆ, ଆଠମଲ୍ଲିକରୁ ସଂଜୀବ ସାହୁ, ଆନନ୍ଦପୁରରୁ ମାୟଧର ଜେନା, ତେଲକୋଇରୁ ବେଦବ୍ୟାସ ନାୟକ, କେନ୍ଦୁଝରରୁ ଅଭିରାମ ନାୟକ, ହିନ୍ଦୋଳରୁ ସୀମା ନାୟକ, ପାଲଲହଡାରୁ ମହେଶ ସାହୁ, ରଣପୁରରୁ ରବିନାରାୟଣ ମହାପାତ୍ର, ବେଗୁନିଆରୁ ପ୍ରଶାନ୍ତ ଜଗଦେବ, ଭୁବନେଶ୍ୱର ମଧ୍ୟରୁ ବିଧାୟକ ବିଜୟ ମହାନ୍ତିଙ୍କ ଟିକେଟ୍‌ କଟିପାରେ।

ଅନ୍ୟପକ୍ଷରେ ଜୟଦେବ ବିଧାୟକ ଶଶିଭୂଷଣ ବେହେରା, ଉତ୍ତର-ଭୁବନେଶ୍ୱରରୁ ପ୍ରିୟଦର୍ଶୀ ମିଶ୍ର, କଟକ-ସଦରରୁ ଚନ୍ଦ୍ରସାରଥୀ ବେହେରା, ଢେଙ୍କାନାଳରୁ ସରୋଜ ସାମଲ ଓ ପାଟଣା ବିଧାୟକ ହୃଷୀକେଶ ନାୟକ ବି ପୁଣି ଟିକଟ୍ ପାଇବା ନେଇ ଦ୍ୱନ୍ଦ୍ୱ ରହିଛି। ସେପଟେ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ଓ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ବଦଳରେ ସେମାନଙ୍କ ପୁଅଙ୍କୁ ଟିକେଟ୍ ମିଳିବା ସମ୍ଭାବନା ରହିଛି।

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟର ୯ ଲୋକସଭା ଶିଟ୍ ମଧ୍ୟରୁ ୮ ସ୍ଥାନରେ ଦଳ ନୂଆ ମୁହଁ ଦେଇଥିଲା। ସେହିପରି ଏହି ଦୁଇଟି ପର୍ଯ୍ୟାୟର ୬୩ଟି ବିଧାନସଭା ଆସନ ମଧ୍ୟରୁ ୧୯ ବିଧାୟକଙ୍କ ଟିକେଟ୍ କଟିଥିଲା। ତା’ପରେ ପ୍ରାୟ ୨ ସାଂସଦ, ୫ ବିଧାୟକ ଦଳ ଛାଡ଼ି ଥିବାରୁ ବିଜେଡି ଟିକେଟ୍ ଘୋଷଣା ଷ୍ଟ୍ରାଟେଜି ବଦଳାଇଥିବା କୁହାଯାଉଛି।

Clash-erupts-between-supporters-and-rivals-of-bjd-mla-outside-naveen-niwas
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories