ଦ୍ୱିତୀୟ ବ୍ରାହ୍ମଣୀ ସେତୁ ପାଇଁ ଜମି ଅଧିଗ୍ରହଣ ବେଳେ ଉତ୍ତେଜନା

ରାଉରକେଲା: ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ପାଇଁ ଜମି ଅଧିଗ୍ରହଣକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଅଧିକ କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବାରୁ  ଏପରି ପରିସ୍ଥିତି ସୃଷ୍ଟି ହୋଇଛି।

ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ୨୦୧୭ରେ ଏହାର ଶିଳାନ୍ୟାସ ହୋଇଥିଲା । କିନ୍ତୁ ଜମି ଅଧିଗ୍ରହଣରେ ବିଳମ୍ବ ଯୋଗୁଁ କାମ ଆଗେଇ ପାରୁ ନ ଥିଲା।

ତେବେ ଆଜି ଆପ୍ରୋଚ୍ ରୋଡ୍ ପାଇଁ  ଦଣ୍ଡିଆପାଲିରେ ଜମି ଅଧିଗ୍ରହଣ କାମ ଚାଲିଥିଲା। ଏହି ସମୟରେ ସ୍ଥାନୀୟ ଲୋକେ ଅଧିକ କ୍ଷତିପୂରଣ ଦାବି କରି ଜମି ଅଧିଗ୍ରହଣକୁ ବିରୋଧ କରିଥିଲେ। ଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରିସ୍ଥିତି ଅସମ୍ଭାଳ ହେବାରୁ ପୁଲିସ ୮ ଜଣ ଆନ୍ଦୋଳନକାରୀଙ୍କୁ ପୁଲିସ ଅଟକ କରିଛି। ଘଟଣାସ୍ଥଳରେ ୭ ପ୍ଲାଟୁନ ପୁଲିସ  ମୁତୟନ କରାଯାଇଛି ।

ଏସବୁ ସତ୍ତ୍ୱେ ଆଜି ପୋଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜମି ଅଧିଗ୍ରହଣ ଚାଲିଛି।

You might also like