ବାହାର ଫେରନ୍ତାକୁ ନେଇ ଗାଁରେ ତୁମୁଳକାଣ୍ଡ

ନୟାଗଡ଼: ଭୁବନେଶ୍ୱର ଫେରନ୍ତାଙ୍କୁ ନେଇ ନୟାଗଡ଼ ଜିଲ୍ଲା କେନ୍ଦୁଢିପିରେ ତୁମୁଳକାଣ୍ଡ। ସରପଞ୍ଚଙ୍କ ସ୍ୱାମୀଙ୍କ ମାଡ଼ରେ ନାଏବ ସରପଞ୍ଚ ଓ ଓ୍ୱାର୍ଡ ମେମ୍ବରଙ୍କ ସ୍ୱାମୀ ଆହତ ହୋଇଛନ୍ତି।

ଗତକାଲି ସକାଳେ ଭୁବନେଶ୍ୱରରେ ରହୁଥିବା କେନ୍ଦୁଢିପିର ମଧୁସୂଦନ ସାହୁ ନିଜ ଗାଁକୁ ଫେରିଥିଲେ। ନାଏବ ସରପଞ୍ଚ ଓ ଓ୍ୱାର୍ଡ ମେମ୍ବରଙ୍କ ସ୍ୱାମୀ ମଧୁସୂଦନଙ୍କୁ ନେଇ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରଖିଥିଲେ।

ଏହାକୁ ନେଇ ସରପଞ୍ଚଙ୍କ ସ୍ୱାମୀ ଆରତ ବେହେରା ଓ ନାଏବ ସରପଞ୍ଚ ଅରୁପ ସାହୁ, ଓ୍ୱାର୍ଡ ମେମ୍ବରଙ୍କ ସ୍ୱାମୀ ଶଶଧର ବେହେରାଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଆରତ ଦୁଇ ଜଣଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।

ଏଥିରେ ଦୁଇ ଜଣ ଆହତ ହୋଇଥିବାବେଳେ, ସେମାନଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅରୁପ ଘରକୁ ଫେରିଥିବାବେଳେ, ଶଶଧରଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇନଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

OLA ଡ୍ରାଇଭରଙ୍କ ହାତଗୋଡ଼ ବାନ୍ଧି କାର୍‌ ଡିକିରେ ଭର୍ତ୍ତି କରି ନେଉଥିଲେ; ଅଧା ବାଟରେ ଘଟିଲା ଏମିତି ଘଟଣା

You might also like