ବାହାରିଲା ସିଭିଲ ସର୍ଭିସ ରେଜଲ୍ଟ: ଅଷ୍ଟମ ସ୍ଥାନରେ ଓଡ଼ିଶାର ଅଭିଷେକ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ସିଭିଲ ସର୍ଭିସ ରେଜଲ୍ଟ ୨୦୧୯। ଏଥିରେ ପ୍ରଦୀପ ସିଂହ  IAS ଟପ୍ପର ହୋଇଛନ୍ତି।  ସେହିପରି  ଯତୀନ କିଶୋର ଦ୍ୱିତୀୟ, ପ୍ରତିଭା ବର୍ମାଙ୍କୁ ତୃତୀୟ ସ୍ଥାନ ମିଳିଛି।

ସୂଚନାଥାଉ କି, ୨୦୧୯ରେ ମୋଟ ୮୨୯ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି।  ଓଡ଼ିଶାର ଅଭିଷେକ ସରାଫଙ୍କୁ ଅଷ୍ଟମ ରାଙ୍କ ମିଳିଥିବାବେଳେ  ସଂଜିତା ମହାପାତ୍ରଙ୍କୁ ଦଶମ ସ୍ଥାନରେ ଅଛନ୍ତି। ସେହିପରି ୧୦୭ ସ୍ଥାନରେ ଅଂଶୁମାନ ରାଜ, ୧୨୦ ସ୍ଥାନରେ ଅନୁପ ଦାସ,  ୧୨୫ରେ ନବଲ କୁମାର ଜୈନ, ୧୯୦ରେ ଶୈଳଜା ଦାସ,  ୨୦୨ରେ ରାହୁଲ ମିଶ୍ର, ୨୨୫ରେ ହେମା ନାୟକ, ୨୨୯ରେ  ଆରୁଷି ମିଶ୍ର,  ୨୯୧ରେ  ଆଶିଷ ଦାସ, ୨୯୪ରେ  ଅଙ୍କିତ ଶଙ୍କର ମିଶ୍ର ଅଛନ୍ତି।

ସେହିପରି ୩୦୦ରାଙ୍କରେ  ସୋନାଲି ମିଶ୍ର, ୩୧୨ରେ ଦିବ୍ୟା ମିଶ୍ର,  ୩୬୧ରେ ଅର୍ଘ୍ୟ ପଟ୍ଟନାୟକ, ୩୭୯ରେ  ଜୁବିନ ମହାପାତ୍ର
୪୪୧ରେ  ସମୀର କୁମାର ଜେନା, ୫୬୭ରେ  ମାନସ ରଂଜନ ସାହୁ,  ୭୧୨ରେ  ଶିବମ ମିଶ୍ର, ୭୧୫ରେ  ଓମ୍ ପ୍ରସାଦ ମହାନ୍ତି ଓ  ୮୧୯ ରାଙ୍କରେ ଅଛନ୍ତି ବିଭୁତି ଭୂଷଣ ନାୟକ।

You might also like