ଚିତ୍ରକୋଣ୍ଡାରେ ଡଙ୍ଗା ବୁଡ଼ି ୫ ମୃତ

ଡଙ୍ଗା ବୁଡ଼ି ୫ ମୃତ

  • ଡଙ୍ଗା ବୁଡ଼ି ୫ ମୃତ
  • ଚିତ୍ରକୋଣ୍ଡା: ଡଙ୍ଗା ବୁଡ଼ି ଘଟଣା; ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି
  • ୫ ମୃତକଙ୍କ ମଧ୍ୟରେ ୪ ପିଲା ଓ ଜଣେ ମହିଳା
  • ଏବେବି ୩ ଜଣ ନିଖୋଜ; ଅଗ୍ନିଶମ ବାହିନୀର ଖୋଜାଖୋଜି
  • ସେଲେରୁ ନଦୀରେ ପାରି ବେଳେ ଡଙ୍ଗା ବୁଡ଼ି ଯାଇଥିଲା
  • ତେଲେଙ୍ଗାନାରୁ ଦାଦନ ଖଟି ଗାଁକୁ ଫେରୁଥିବା ବେଳେ ଅଘଟଣ
  • ଡଙ୍ଗା ବୁଡ଼ିବା ପରେ ପହଁରି କୂଳକୁ ଆସିଥିଲେ ୩ ବ୍ୟକ୍ତି

ମାଲକାନଗିରି: ମାଲକାନଗିରି ଚିତ୍ରକୋଣ୍ଡାରେ ଅଘଟଣ । ଡଙ୍ଗା ବୁଡ଼ିଯିବାରୁ ୫ ଜଣଙ୍କ ଜୀବନ ଯାଇଛି। ସିଲେରୁ ନଦୀ ପାର ହେଉଥିବା ବେଳେ କନ୍ଧଗୁଡ଼ା ଘାଟରେ ଡଙ୍ଗା ବୁଡ଼ିଯାଇଛି । ତେଲେଙ୍ଗାନାରୁ ଦାଦନ ଖଟି ଗାଁକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ପହଁରି ପହଁରି କୂଳକୁ ୩ ଜଣ ଆସିଥିବା ବେଳେ ୫ ଜଣଙ୍କ ଜୀବନ ଯାଇଛି।

ସୂଚନା ମୁତାବକ ଦୁଇଟି ଡଙ୍ଗାରେ ମୋଟ ୧୧  ଜଣ ଘରକୁ ଫେରୁଥିଲେ । ଗୋଟିଏ ଡଙ୍ଗା ବୁଡ଼ିବାରୁ ସମସ୍ତେ ଅନ୍ୟ ଡଙ୍ଗାକୁ ଆସିଥିଲେ । ଅଧିକ ଲୋକ ହେବାରୁ ଦ୍ୱିତୀୟ ଡଙ୍ଗା ମଧ୍ୟ ବୁଡ଼ି ଯାଇଥିଲା । ଘଟଣାକୁ ନେଇ ଓଡ୍ରାଫ୍, ଅଗ୍ନିଶମ ଟିମର ରେସକ୍ୟୁ ଅପରେସନ୍ ଜାରି ରହିଛି।

You might also like