କେବେ ପ୍ରକାଶ ପାଇବ ଯୁକ୍ତ ଦୁଇ ନାମଲେଖା? ଜାଣନ୍ତୁ…

ଭୁବନେଶ୍ୱର: ରାଜ୍ୟରେ ଦିନେ ଦୁଇ ଦିନ ଭିତରେ ଯୁକ୍ତ ଦୁଇ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି। ଏଥିସହ ରାଜ୍ୟର ୧୦୧ ଉତ୍କର୍ଷ ବିଦ୍ୟାଳୟ, ୩୦ ଜିଲ୍ଲାର ୩୦ଟି ଯୁକ୍ତ ଦୁଇ କଲେଜ ଓ ଶିକ୍ଷକ, ଶିକ୍ଷା କଲେଜର ଶିକ୍ଷକଙ୍କୁ ମିଳିବ ଅନଲାଇନ ଶିକ୍ଷା ତାଲିମ୍ ଦିଆଯିବ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ୪ ତାରିଖରୁ ୫ ଦିନ ଧରି ଟ୍ରେନିଂ ଦିଆଯିବ। ଏସବୁ ଶିକ୍ଷାନଷ୍ଠାନଗୁଡ଼ିକରେ ଶିକ୍ଷାଦାନ ଯେପରି କରୋନା ପାଇଁ ପ୍ରଭାବିତ ନ ହେବ ଓ ରେଜଲ୍ଟ ହାର ବଢିବ, ସେଥିପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ କହିଛନ୍ତି। ଏଥିସହ ଚଳିତବର୍ଷ ମାଟ୍ରିିକ ପରୀକ୍ଷାରେ ଜିରୋ ରେଜଲ୍ଟ ହୋଇଥିବା ୩୧ ଟି ସ୍କୁଲର ପ୍ରଧାନଶିକ୍ଷକଙ୍କ ସହ ଖୁବ୍ ଶୀଘ୍ର ସେ ନିଜେ ଆଲୋଚନା କରିବେ ବୋଲି କହିଛନ୍ତି।

ପ୍ରକାଶଥାକି ଗତ ୨୯ ତାରିଖରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇଥିଲା। ଚଳିତ ବର୍ଷ ମାଟ୍ରିକ ପାସ୍ ହାର ୭୮.୭୬% ରହିଛି। ଚଳିତ ବର୍ଷ ୫,୩୪,୮୪୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪,୨୧,୨୫୬ କୃତକାର୍ଯ୍ୟ ହୋଇଛନ୍ତି। ୧,୨୭୯ ଛାତ୍ରଛାତ୍ରୀଙ୍କୁ A1 ଗ୍ରେଡ୍ , ୮,୪୫୮ଜଣ A2 ଗ୍ରେଡ୍‌, ୧୮,୧୮୮ଜଣ B1 ଗ୍ରେଡ୍‌, ୩୧,୩୨୮ଜଣ B2 ଗ୍ରେଡ୍‌, ୪୯,୧୫୩ ଜଣ C ଗ୍ରେଡ୍‌, ୮୯,୫୫୬ ଜଣ D ଗ୍ରେଡ୍‌ ଓ ୨,୨୩,୧୯୫ଜଣ ଛାତ୍ରଛାତ୍ରୀଙ୍କୁ E ଗ୍ରେଡ୍‌ ମିଳିଛି।

ଆହୁରି ପଢ଼ନ୍ତୁ

ହକି ଦଳର ଅଧିନାୟକ ମନପ୍ରୀତ ଓ ଅନ୍ୟ ୩ ଖେଳାଳିଙ୍କୁ କରୋନା

ଆଜି ସୁସ୍ଥ ହେଲେ ୧୮୧୦ କରୋନା ଆକ୍ରାନ୍ତ

କରୋନା ଲଢ଼େଇରେ ଶିକ୍ଷକଙ୍କ ଅବଦାନକୁ ଭୁଲିଗଲେ କି ସରକାର ?

ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେନି ହେମନ୍ତ ଶର୍ମା

ଭୁବନେଶ୍ୱର ସହରରୁ ଆଉ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ

କରୋନା ମୃତ୍ୟୁର ଅଡିଟ୍ ପାଇଁ ଦାବି କଲେ କଂଗ୍ରେସ ସାଂସଦ

ପଛରେ ପଡ଼ିଲା ଗଞ୍ଜାମ; ଆଜି ଏହି ଜିଲ୍ଲାରେ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଁଖାଇ ପାଇଁ ସଟ୍‌ଡାଉନ୍ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଜୟନାରାୟଣଙ୍କ ଚିଠି

ଅଗଷ୍ଟ ଶେଷରେ ବସିପାରେ ବିଧାନସଭା ମୌସୁମୀ ଅଧିବେଶନ

ବଙ୍ଗୋପସାଗରରେ ଲଘୁଚାପ, ଓଡ଼ିଶାର ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

କରୋନାରୁ କେବେ ମିଳିବ ମୁକ୍ତି ? ଆସିଲା ଖୁସି ଖବର

‘କରୋନା ତଥ୍ୟ ଲୁଚାଉଛନ୍ତି ରାଜ୍ୟ ସରକାର’

You might also like