ଯୁକ୍ତ ଦୁଇ ମୂଲ୍ୟାୟନ ପାଇଁ ଏକ୍ସପର୍ଟ କମିଟି ଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଯୁକ୍ତ ଦୁଇ ମୂଲ୍ୟାୟନ ପଦ୍ଧତି ଲାଗି ଗଠନ ହେଲା ଏକ୍ସପର୍ଟ କମିଟି। କମିଟିରେ ୧୪ଜଣ ଏକ୍ସପର୍ଟଙ୍କୁ ରଖାଯାଇଛି। କେଉଁ ପଦ୍ଧତିରେ ମୂଲ୍ୟାୟନ ହେଲେ ଛାତ୍ରଛାତ୍ରୀଙ୍କୁ ସୁଫଳ ମିଳିବ ସେ ନେଇ ତର୍ଜମା କରି ଆସନ୍ତା ୧୦ ଦିନ ଭିତରେ ଏକ୍ସପର୍ଟ କମିଟି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ। ଏହି କମିଟିରେ ପୂର୍ବତନ ବୋର୍ଡ ସଭାପତି ଡର ସୁଶାନ୍ତ କୁମାର ଦାଶ, ରମାଦେବୀ ମହିଳା ହାଇୟର ସେକେଣ୍ଡାରୀ ସ୍କୁଲର ପ୍ରନସିପାଲ ଡକ୍ଚର ମମତା ପତ୍ରୀ, ସିଏଚଏସଇ ଉପାଧ୍ୟକ୍ଷ ଡର ତୁଷାରକାନ୍ତି ତ୍ରିପାଠୀ ପ୍ରମୁଖ ସଦସ୍ୟ ଭାବେ ରହିଛନ୍ତି।

ଏହି କମିଟିର ପ୍ରାଥମିକତା ରହିବ, ସିବିଏସ୍ଇ ମାର୍କିଂ ପଲିସି ଆସିବା ପରେ ତାର ଅନୁଶୀଳନ କରି ମୂଲ୍ୟାୟନ ପଦ୍ଧତି ସ୍ଥିର କରିବ। ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା, ବୈଷୟିକ ଶିକ୍ଷା ଓ ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକରେ ଆଡମିଶନକୁ ଦୃଷ୍ଟିରେ ରଖି କମିଟି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବ। ସେପଟେ ସିବିଏସ୍ଇ ଓ ଆଇସିଏସ୍ଇ ରେଜଲ୍ଟ ସହିତ ସମାନ ସମୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟ ରେଜଲ୍ଟ ପ୍ରକାଶ କରିବାକୁ ଉଦ୍ୟମ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

You might also like