ଭୁବନେଶ୍ୱର ପଥ ଉତ୍ସବରେ ଖ୍ରୀଷ୍ଟମାସ୍ ଥିମ୍

ସାନ୍ତାକ୍ଲଜ୍ ବେଶରେ ନଚାଇଲେ କୁନି କୁନି ପିଲା

ଭୁବନେଶ୍ୱର : ବଡ଼ଦିନ ଅବ୍ୟବହିତ ପୂର୍ବରୁ ଆଜି ଭୁବନେଶ୍ୱର ପଥ ଉତ୍ସବରେ ଦେଖିବାକୁ ମିଳିଥିଲା କୁନି କୁନି ପିଲାଙ୍କ ସାନ୍ତାକ୍ଲଜ୍ ବେଶ। ମୁଣ୍ଡରେ ସାନ୍ତାକ୍ଲଜର କ୍ୟାପ୍ ଓ ଦେହରେ ନାଲି ରଙ୍ଗର ଡ୍ରେସ୍ ପିନ୍ଧି ଖ୍ରୀଷ୍ଟମାସ୍ ରଙ୍ଗରେ ସମସ୍ତଙ୍କୁ ନଚାଇଥିଲେ କୁନି କୁନି ସାନ୍ତାକ୍ଲଜ।

ଏହାସହିତ ସେମାନଙ୍କ ମାଆମାନେ ବି ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ନୃତ୍ୟ ପରିବେଷଣ କରିଥିଲେ। ଆଗକୁ ଖ୍ରୀଷ୍ଟମାସ୍ ଥିବାରୁ ଏଥରର ଚତୁର୍ଥ ରବିବାରର ପଥ ଉତ୍ସବ ରଙ୍ଗୀନ୍ ହୋଇଥିଲା।

ଖ୍ରୀଷ୍ଟମାସ୍ ଥିମ୍‌ରେ କିଛିଦିନ ପୂର୍ବରୁ ପୁରୁଷ ବିଶ୍ୱକପ୍‌ ହକିକୁ କେନ୍ଦ୍ର କରି ପଥଉତ୍ସବକୁ ତିନି ସପ୍ତାହ କରିବାକୁ ନିଷ୍ପତ୍ତି ହୋଇଥିଲେବି ଲୋକଙ୍କ ଆଗ୍ରହକୁ ଦେଖି ଏହାର ସମୟସୀମା ବଢାଇ ଦିଆଯାଇଛି। ବିଡିଏ ଏବଂ ବିଏମସି ପକ୍ଷରୁ ଆୟୋଜିତ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା,ମେୟର ଅନନ୍ତ ନାରାୟଣ ଜେନା,ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ।

You might also like