କଟକରେ ନକଲି ପୂଜା ଘିଅ ଫ୍ୟାକ୍ଟ୍ରି ଠାବ

ଚୌଦ୍ୱାର: କଟକ ଚୌଦ୍ୱାର ଥାନା ଅଞ୍ଚଳରୁ ଏକ ନକଲି ଫ୍ୟାକ୍ଟ୍ରି ଠାବ ହୋଇଛି। ପୌରପାଳିକା ୯ ନମ୍ବର ୱାର୍ଡ ବେଉରା ସାହିରୁ ଚୌଦ୍ୱାର ପୋଲିସ୍ ଆଜି‌ ଏହି ଫ୍ୟାକ୍ଟ୍ରିକୁ ଠାବ କରିଛି।

ଏଠାରେ ନକଲି ପୂଜା ଘିଅ ଓ ଖାଇବା ସସ୍ ପ୍ରସ୍ତୁତ କରାଯାଇ‌ ବଜାରକୁ ଛଡାଯାଉଥିବା ନେଇ ପୋଲିସ୍‌କୁ‌ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଏହାପରେ ଚୌଦ୍ୱାର ପୋଲିସ୍ ଆଜି ଅପହରାହ୍ଣରେ ଫ୍ୟାକ୍ଟ୍ରି ଉପରେ ଚଢ଼ଉ କରିଛି। ବିଭିନ୍ନ କମ୍ପାନୀର ଲୋଗ ଲଗାଯାଇ ଏଠାରୁ ନକଲି ପୂଜା ଘିଅ ଓ ଖାଇବା ସସ୍‌ ବଜାରକୁ ଛଡାଯାଉଥିଲା ସୂଚନା ମିଳିଛି। ଦୀର୍ଘ ଦିନ ଧରି ଏଭଳି କାର୍ଯ୍ୟ ଚାଲୁଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ନକଲି ପୂଜା ଘିଅ ଓ ଖାଇବା ସସ୍‌ ପ୍ରସ୍ତୁତ ପାଇଁ ବାହାରୁ ସାମଗ୍ରୀ ଅଣାଯାଇ ଏଠାରେ କେମିକାଲ୍‌ ମିଶା ଯାଇ ଏସବୁ ପ୍ରସ୍ତୁତ କରାଯାଉଥିଲା। ଏହାପରେ ଏହାକୁ ବିଭିନ୍ନ ଦୋକାନ ଓ ଡିଲର୍‌ଙ୍କ ନିକଟକୁ ପଠାଯାଉଥିଲା।

ଏହି ଘଟଣାରେ ପୋଲିସ୍‌ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

You might also like