ଉଗ୍ରରୂପ ନେଲା ଜନ୍ତାପାଇ ଘଟଣା ; ଉତ୍ତ୍ୟକ୍ତ ଜନତା ଓ ପୁଲିସ ମଧ୍ୟରେ ଖଣ୍ଡଯୁଦ୍ଧ

ଚିତ୍ରକୋଣ୍ଡା ( ରତ୍ନାକର ପ୍ରଧାନ): ଉଗ୍ରରୂପ ନେଇଛି ମାଲକାନଗିରି ଜନ୍ତାପାଇ ଘଟଣା।  ଉତ୍ତ୍ୟକ୍ତ ଜନତା ଓ ପୁଲିସ ମଧ୍ୟରେ ଏକ ପ୍ରକାର ଖଣ୍ଡଯୁଦ୍ଧ। ଉଭୟ ପକ୍ଷ ମୁହାଁମୁହିଁ ହୋଇଛନ୍ତି। ପୁଲିସକୁ ଲୋକେ ଗୋଡ଼େଇ ଗୋଡ଼େଇ ପିଟିଛନ୍ତି।

ଏଥିରେ ଆହତ ହୋଇଛନ୍ତି ୨ ପୁଲିସ୍ କର୍ମଚାରୀ ଗତକାଲି ଜନ୍ତାପାଇ ଅଙ୍ଗନଓ୍ୱାଡ଼ି କେନ୍ଦ୍ରରୁ ରାଜୁ ହନ୍ତାଳ ନାମକ ଜଣେ ଯୁବକଙ୍କ ମୃତଦେହ ମିଳିବା ପରେ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ପୋଷ୍ଟମର୍ଟମ ପରେ ମଧ୍ୟ ପରିବାର ଲୋକେ ମୃତଦେହ ନେଉନାହାନ୍ତି।  ସେମାନେ ଅଭିଯୋଗ କରିଛନ୍ତି, ରାଜୁ ହନ୍ତାଳଙ୍କୁ ଯବାନମାନେ ହତ୍ୟା କରିଛନ୍ତି।

ଏହାକୁ ନେଇ ଆଜି ପାପରମେଟଲା ଥାନା ଆଗରେ ମୃତଦେହ ରଖି ଧାରଣା ଦେଇଥିଲେ ଗାଁ ଲୋକେ। ମଧ୍ୟାହ୍ନରେ ଉତ୍ତେଜନା ବୃଦ୍ଧି ପାଇ ତାହା ଉଗ୍ର ରୂପ ଧାରଣ କରିଛି। ଶୁକ୍ରବାର ଯନ୍ତାପାଇ ସାପ୍ତାହିକ ହାଟରୁ ରାଜୁ ନିଖୋଜ ଥିଲେ। ହାଟରୁ କେହି ଦୁଇ ଜଣ ବ୍ୟକ୍ତି ତାଙ୍କୁ ଡାକି ନେଇଯାଇଥିବା ଅଭିଯୋଗ ହୋଇଥିଲା।

ଆହୁରି ପଢ଼ନ୍ତୁ

ପ୍ରାଣୀ ଉଦ୍ୟାନ ଓ ଡିୟର୍ ପାର୍କ ଖୋଲିବାର ଗାଇଡ୍ ଲାଇନ ଜାରି କଲେ ରାଜ୍ୟ ସରକାର

ଅକ୍ଟୋବରରୁ ୫୦% କର୍ମଚାରୀରେ ଚାଲିବ ଅଫିସ

ଉପନିର୍ବାଚନ ପାଇଁ ସରକାରଙ୍କ ତତ୍ପରତା; ଭୋଟର୍‌ଙ୍କୁ ଟାଣିବାକୁ ପ୍ରତିଶ୍ରୁତି ପର୍ବ ଆରମ୍ଭ

ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ; ତଦନ୍ତରେ ଶିଥିଳତାକୁ ନେଇ ଅସନ୍ତୋଷ ହାଇକୋର୍ଟ

ବିରୋଧୀଙ୍କ ବିରୋଧ ସତ୍ତ୍ୱେ ଓଡ଼ିଶା ସଂକ୍ରାମକ ରୋଗ ସଂଶୋଧନ ବିଲ୍ ପାରିତ

ଦିନକରେ ୪୨୧୯ କରୋନା ଆକ୍ରାନ୍ତ ସୁସ୍ଥ

ଅନୁସୂଚିତ ଜାତିଙ୍କ ଜମି ହଡ଼ପ ଅଭିଯୋଗ ଆଣିଲେ ପ୍ରଦୀପ ମାଝୀ

ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ବିରୋଧରେ ABVP ଛାତ୍ରଙ୍କ ବିକ୍ଷୋଭ

ଭୁବନେଶ୍ୱରର ଏହି ସ୍ଥାନରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ

କୋଭିଡ-୧୯ ପରିଚାଳନା ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍

ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା କେତେ ହେବ ? ଶୁଣାଣି ୯କୁ ଘୁଞ୍ଚିଲା

ଲଘୁଚାପ ସମ୍ଭାବନା; ଏହି ସବୁ ଜିଲ୍ଲା ପାଇଁ ରହିଛି ସତର୍କ ସୂଚନା

You might also like