ଚିଟ୍‌ଫଣ୍ଡ୍‌ ଘୋଟାଲା: ଜମାକାରୀଙ୍କୁ ଚିହ୍ନଟ ପାଇଁ ଆହୁରି ୨ରୁ ୩ ବର୍ଷ ଲାଗିବ

ଭୁବନେଶ୍ୱର: ରାଜ୍ୟରେ କ୍ଷତିଗ୍ରସ୍ତ କ୍ଷୁଦ୍ର ଚିଟ୍‌ଫଣ୍ଡ୍‌ ଜମାକାରୀଙ୍କୁ ଚିହ୍ନଟ ଲାଗି ଆହୁରି ଦୁଇରୁ ତିନି ବର୍ଷ ସମୟ ଲାଗିବ। ଏବେ ସୁଦ୍ଧା ପ୍ରାୟ ୫୦ ପ୍ରତିଶତ କ୍ଷୁଦ୍ର ଜମାକାରୀ ଚିହ୍ନଟ ସରିଛି। ଅବଶିଷ୍ଟ ଜମାକାରୀଙ୍କୁ ଚିହ୍ନଟ ଲାଗି ପ୍ରକ୍ରିୟା ଜାରି ରହିଥିବା କହିଛନ୍ତି ଚିଟ୍‌ଫଣ୍ଡ୍‌ ତଦନ୍ତ କମିଶନ ଜଷ୍ଟିସ ଏମ୍‌. ଏମ୍‌ ଦାସ। ରାଜ୍ୟ ସରକାରଙ୍କୁ ଆଜି ଷଷ୍ଠ ଅନ୍ତରୀଣ ରିପୋର୍ଟ ପ୍ରଦାନ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ କମିଶନ ଏହି ସୂଚନା ଦେଇଛନ୍ତି।

ଷଷ୍ଠ ଅନ୍ତରୀଣ ରିପୋର୍ଟରେ ୧ ଲକ୍ଷ ୪୩ ହଜାର ୪୬୩ ଜମାକାରୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ୍‌ ୩ ଲକ୍ଷ ୬୧ ହଜାର ୮୧୭ ଜମାକାରୀ ଚିହ୍ନଟ ହୋଇଥିବା କମିଶନ ଦର୍ଶାଇଛନ୍ତି।

କମିଶନ କହିଛନ୍ତି, ପରେ ଆଉ ୬ ଲକ୍ଷ ଜମାକାରୀ ସତ୍ୟପାଠ ଦାଖଲ କରିଥିବାରୁ ଏହାର ଡିଜିଟାଇଜେସନ୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଡିଜିଟାଇଜେସନ୍‌ ପରେ ବାକି ଜମାକାରୀ ଚିହ୍ନଟ ହେବେ। କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯିବା ପରେ ବଡ଼ ଜମାକାରୀଙ୍କୁ ଚିହ୍ନଟ କରାଯିବ ବୋଲି କମିଶନ କହିଛନ୍ତି।

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା

ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ

ଉପକୂଳ ଓଡ଼ିଶାରେ ବନ୍ୟା ବିପଦ

ପଶ୍ଚିମ ଓଡ଼ିଶାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ

ଅଡୁଆରେ ସୁନ୍ଦରଗଡ଼ ଏସ୍‌ପି ; ମାଡ଼ ମାରି ମହିଳାଙ୍କ ଗର୍ଭନଷ୍ଟ କରିଥିବା ଅଭିଯୋଗରେ ମାମଲା ରୁଜୁ

ନିଃସନ୍ତାନ ଥିବାରୁ ଏମିତି ନିଷ୍ପତ୍ତି ନେଲେ କି ପ୍ରଫେସର ଓ ତାଙ୍କ ପତ୍ନୀ ?

ଆଇଆଇସି ଓ ତହସିଲଦାରଙ୍କୁ ଏସ୍‌ଟିଏଫ୍‌ର ଘନଘନ ଜେରା

ଶ୍ରୀମନ୍ଦିର ସୁରକ୍ଷା ନେଇ କ୍ୟାବିନେଟ୍ ନିଷ୍ପତ୍ତି ପରେ ବଢୁଛି ଅସନ୍ତୋଷ

SCB ଆସିବେ ଜଗା କାଳିଆ

ଚୌଦ୍ୱାରର ବିଭିନ୍ନ ସ୍ଥାନରେ ଇମ୍ଫାର ଜନକଲ୍ୟାଣ କାର୍ଯ୍ୟକ୍ରମ

କିଓସ୍କ ବ୍ୟାଙ୍କ ଠକେଇ ମାମଲାରେ କେନ୍ଦ୍ର ପରିଚାଳକ ଗିରଫ

ଆଇଏଏସ ଅଦଳବଦଳ: ଗଗନ ଧଳ ବନ ଉନ୍ନୟନ ନିଗମ ଅଧ୍ୟକ୍ଷ, ସଞ୍ଜିବ ଚୋପ୍ରା ଗୃହ ସଚିବ

You might also like