ଚିଲିକା ଭିତରେ ମତ୍ସ୍ୟଜୀବୀଙ୍କ ଅାନ୍ଦୋଳନ

ଖୋର୍ଦ୍ଧା : ଚିଲିକା ଭିତରେ ମତ୍ସ୍ୟଜୀବୀଙ୍କ ଅାନ୍ଦୋଳନ । ଏହି ହ୍ରଦ ଭିତରକୁ ଯାଇଛନ୍ତି ହଜାର ହଜାର ମତ୍ସ୍ୟଜୀବୀ।  ନଈରେ ଜେଟି ଦେଇ ପ୍ରାୟ ୨ ହଜାର ମତ୍ସ୍ୟଜୀବୀ ବେଅାଇନ ଘେରି ଓ ଜାଲ ଉଚ୍ଛେଦ ପାଇଁ ଚିଲିକା ଭିତରେ ପଶିଛନ୍ତି।

ଏହାର ନେତୃତ୍ୱ ନେଇଛି ଚିଲିକା ମତ୍ସ୍ୟଜୀବୀ ମହାସଂଘ। ଏମାନଙ୍କ ଅଭିଯୋଗ ହେଲା, ଚିଲିକା ଭିତରେ ଘେରି ଓ ଜାଲ୍ ପକାଯିବାରୁ ସାଧାରଣ ମତ୍ସ୍ୟଜୀବୀ ପ୍ରଭାବିତ ହେଉଛନ୍ତି। ସେମାନେ ଠିକ୍‌ରେ ମାଛ ମାରି ପାରୁ ନାହାନ୍ତି। ଏହା ଦ୍ୱାରା ହଜାର ହଜାର ପରିବାରର ପେଟପାଟଣା ପ୍ରଭାବିତ ହେଉଛି। ତେଣୁ ଘେରି ଭାଙ୍ଗିବାକୁ ଓ ଜାଲ ହଟାଇବାକୁ ଚିଲିକା ଭିତରକୁ ଯାଇଛନ୍ତି ମତ୍ସ୍ୟଜୀବୀ।

You might also like