ପ୍ରାକୃତିକ ପରିବେଶରେ ପିଲା ପଢିବେ ପାଠ

ସ୍କୁଲ ତ ନୁହେଁ ସତେ ଯେପରି ପାର୍କ

ସୁବର୍ଣ୍ଣପୁର: ସ୍କୁଲ ତ ନୁହେଁ ସତେ ଯେପରି ପାର୍କ। ପିଲାଙ୍କୁ ପ୍ରାକୃତିକ ପରିବେଶ ଦେବାକୁ ପ୍ରୟାସ କରିଛନ୍ତି ଶିକ୍ଷକ। ସ୍କୁଲ ଅଗଣାରେ ଉଦ୍ୟାନ ଓ ତା ସାଙ୍ଗକୁ ଫାଉଣ୍ଟେନ୍। ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ସମେଲଇଚୁଆଁ ହାଇସ୍କୁଲରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ। ସ୍କୁଲରେ ଗଢ଼ି ଉଠିଛି ଉଦ୍ୟାନ। ଲକଡାଉନ ବେଳେ ସ୍କୁଲ ବନ୍ଦ ଥିଲା। ଆଉ ଏହାରି ଭିତରେ ପିଲାଙ୍କ ପାଇଁ ଶିକ୍ଷକ ତିଆରି କରିଦେଲେ ଏକ ନୂଆ ଚେହେରା ଥିବା ବିଦ୍ୟାଳୟ।

ବଦଳିଛି ରୂପରଙ୍ଗ, ବଦଳିଛି ଚେହେରା। ସୁନ୍ଦରିଆ ଫୁଲ, ଗାଲିଚାରେ ଖେଳୁଛନ୍ତି ପିଲାଏ। ଏ କୌଣସି ପାର୍କ ନୁହେଁ ବରମ୍ ସରକାରୀ ସ୍କୁଲ। ରଙ୍ଗ ବେରଙ୍ଗ ଫୁଲରେ ଏବେ ଝଟକୁଛି ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ସମେଲଇଚୁଆଁ ହାଇସ୍କୁଲ। ଧାଡ଼ିରେ ଲାଗିଥିବା ଫୁଲ ଗଛ ଗୁଡ଼ିକୁ ଦେଖିଲେ ଥରୁଟିଏ ଅଟକି ଯିବାକୁ ମନ କରେ। ତେବେ ଏହା ସବୁ ସମ୍ଭବପର ହୋଇଛି ସ୍କୁଲର ଶିକ୍ଷକ ସୁରେଶ ପୂଜାରୀଙ୍କ ସମେତ ଅନ୍ୟ ଶିକ୍ଷକଙ୍କ ପାଇଁ। ସ୍କୁଲରେ ସୁନ୍ଦର ବଗିଚା ଗଢ଼ିବା ପରିକଳ୍ପନା କରି ଆରମ୍ଭ କରିଛନ୍ତି ଏହି ପ୍ରୟାସ। କରୋନା କଟକଣା ବେଳେ ବନ୍ଦ ଥିଲା ସ୍କୁଲ। ଆଉ ଏହାରି ଭିତରେ ନିର୍ମାଣ ହୋଇଉଠିଲା ପିଲାଙ୍କ ପାଇଁ ସ୍କୁଲ ଗାର୍ଡେନ୍।

ପିଲାଙ୍କୁ ସ୍କୁଲଙ୍କୁ ଆଣିବାକୁ ଓ ତାସହ ଶିକ୍ଷା ସହ ଯୋଡ଼ିବା ପାଇଁ ଅନେକ ପ୍ରାୟସ ହେଉଛି। ତେବେ ସ୍କୁଲର ପରିବେଶକୁ ଏକ ଭିନ୍ନ ଓ ନିଆରା ଚେହେରା ଦେବା ପରେ ଲୋକେ ନିଜ ପିଲାଙ୍କୁ ସ୍କୁଲ ପଠାଇବାକୁ ଅଧିକ ଇଚ୍ଛା ପ୍ରକାଶ କରିଛନ୍ତି। ପିଲାଙ୍କୁ ପ୍ରାକୃତିକ ମାହୋଲ୍ ମିଳିବା ସହ ସ୍ୱାସ୍ଥ୍ୟକର ପରିବେଶ ଏଠି ମିଳୁଛି। ଏହି ସ୍କୁଲ ଗାର୍ଡେନ୍ କେବଳ ପିଲାଙ୍କ କାମରେ ଆସିଛି ତାନୁହେଁ ଏହାଦ୍ୱାରା ଲକଡାଉନ ବେଳେ ବେକାର ହୋଇ ବସିଥିବାଲୋକଙ୍କୁ ବି ମିଳିଛି ରୋଜଗାର।

You might also like