କରୋନାରୁ ମୁକ୍ତି ପାଇଁ ଶିଶୁଙ୍କୁ ପିଆଇଲେ ସଲପ !
ମାଲାକାନଗିରି: କରୋନା ମୁକ୍ତି ପାଇଁ ଛୋଟ ଛୋଟ ପିଲାମାନଙ୍କୁ ଦିଆଯାଉଛି ମଦ। ଜଣେ କି ଦୁଇ ଜଣ ନୁହେଁ, ୫୦ରୁ ଅଧିକ ପିଲାମାନଙ୍କୁ ପିଇବାକୁ ଦିଆଯାଉଛି ସଲପ ମଦ। ଏଭଳି ଅଭାବନୀୟ ଘଟିଛି ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକ୍ ଅନ୍ତର୍ଗତ ପାର୍ସନପାଲ୍ଲୀ ଗ୍ରାମରେ।
ସୂଚନା ଅନୁସାରେ ମାଲକାନଗିରିରେ କରୋନା ବ୍ୟାପୁଥିବାରୁ କିଛି ଲୋକେ ଉଚିତ ପଦକ୍ଷେପ ନେଇ ବିଚିତ୍ର ଅନ୍ଧବିଶ୍ୱାସ ଉପରେ ଗୁରୁତ୍ୱ ଦେଉଛନ୍ତି। କରୋନାରୁ ମୁକ୍ତି ପାଇବା ପାଇଁ ପାର୍ସନପାଲ୍ଲୀ ଗାଁରେ ସଲପ ମଦ ପିଉଛନ୍ତି। ଛୋଟ ଛୋଟ ପିଲାଙ୍କୁ ଧାଡ଼ିରେ ବସାଇ ଦିଆଯାଉଛି ସଲପ ମଦ। ଜଣେ କି ଦୁଇ ଜଣ ନୁହେଁ ୫୦ରୁ ଅଧିକ ପିଲାଙ୍କୁ ମଦ ଦିଆଯାଉଛି।
ସେମାନଙ୍କ ବୟସ ୧୦ରୁ ୧୨ ବର୍ଷ ବୟସ ମଧ୍ୟରେ ହେବ ବୋଲି ଜଣାପଡ଼ିଛି। ମଦ ଦିଆଯାଉଥିବାର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି। ତେବେ ଯେଭଳି କରୋନା ଆକ୍ରାନ୍ତ ନକରିବା ପାଇଁ ପିଲାଙ୍କୁ ପ୍ରତିଷେକ ଭାବେ ସଲପ ମଦ ପିଇବାକୁ ଦିଆଯାଉଛି। ଏ ସମ୍ପର୍କରେ ଗ୍ରାମବାସୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
କରୋନା ଟିକା ପାଇଁ ସାରା ବିଶ୍ୱ ଏବେ ପ୍ରସ୍ତୁ ଚଳାଇଛି। କରୋନା ଭଲ ହୋଇଯାଉଥିବା ନେଇ କୌଣସି ଅନ୍ଧବିଶ୍ୱାସକୁ ବିଶ୍ୱାସ ନକରିବା ପାଇଁ ସରକାର ମଧ୍ୟ ପରାମର୍ଶ ଦେଇଛନ୍ତି। ମଦରେ କରୋନା ଆରୋଗ୍ୟ ହେବା ନେଇ ଚିକିତ୍ସା ବିଜ୍ଞାନରେ କୌଣସି ସତ୍ୟତା ନାହିଁ। ତଥାପି ଏଠାରେ ବ୍ୟତିକ୍ରମ ଦେଖାଦେବା ଭୁଲ କାହାର, ତାହା ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି।