ବ୍ରହ୍ମପୁର : ବ୍ରହ୍ମପୁର MKCGରୁ ଚୋରି ହୋଇଥିବା ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ଗତକାଲି ରାତିରେ ଗୋଳନ୍ଥରା ଥାନା କନିସି ଗାଁରୁ ଉଦ୍ଧାର କରି ପରିବାର ଲୋକଙ୍କୁ ଜିମା ଦେଇଛି ପୁଲିସ। ଶିଶୁ କନ୍ୟା ଚୋରି ଅଭିଯୋଗରେ ଜଣେ ମହିଳାଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି ।
ଗତକାଲି ପ୍ରସବ ପରେ ୱାର୍ଡ ଭିତରୁ ନବଜାତ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଟୀକା ଦେବାକୁ କହି ନବଜାତକକୁ ନେଇ ଜଣେ ମହିଳା ଚମ୍ପଟ୍ ମାରିଥିଲେ । ଏନେଇ ପରିବାର ପକ୍ଷରୁ ବିଏନପୁର ଥାନାରେ ଅଭିଯୋଗ ପରେ ପୁଲିସ ଛାନଭିନ୍ କରି ଶିଶୁ କନ୍ୟାଙ୍କୁ ଉଦ୍ଧାର କରିଛି ।
ଶୁକ୍ରବାର କବିସୂର୍ଯ୍ୟନଗର ବ୍ଲକ ରାମସା ନାରାୟଣପୁର ଗାଁର ଭିକାରୀ ନାହାକଙ୍କ ସ୍ତ୍ରୀ ଜ୍ୟୋତି ମେଡ଼ିକାଲରେ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ । ହେଲେ ଗତକାଲି ଅପରାହ୍ମରେ ଟୀକା ଦେବାକୁ କହି ନବଜାତକୁ ଧରି ଜଣେ ମହିଳା ଚମ୍ପଟ୍ ମାରିଥିଲେ।
Published By: Odishatv Bureau
Last updated: 23 September 2018, 10:24 AM IST
ଦିନ ପାଖେଇ ଆସୁଥିବା ବେଳେ, ମନ୍ଦିରର ପ୍ରଥମ ମହଲାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ନିୟୋଜିତ ବହୁ ସଂଖ୍ୟକ କ୍ରେନ୍ ଓ ଶହ ଶହ କାରିଗର । ତେବେ କେବଳ ରାମ ମନ୍ଦିର ନୁହେଁ, ରାମଙ୍କ ନଗରୀ ବି ପାଉଛି ସମ୍ପୂର୍ଣ୍ଣ ନୂଆ ରୂପ ।