ସଂପର୍କୀୟ ଭାଇର ଶିଶୁପୁତ୍ରକୁ ମାରି କୂଅରେ ପକାଇ ଦେଇଥିବା ଅଭିଯୋଗ

ବରଗଡ  : ଭାଇ କଲା ଭାଇକୁ ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ ଧଉରାଖନ୍ଦା ଗାଁରେ । ନିଜ କାକା ପୁଅ ଭାଇକୁ କୂଅରେ ଠେଲି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଗୁରୁଦେବ ନିଜ କାକା ପୁଅ ସୁଦେବ ଦାସ ସହିତ ଶୌଚ ପାଇଁ ଯାଇଥିଲେ ।

ତେବେ ଘରକୁ ଫେରିନଥିଲା ୪ ବର୍ଷର ସୁଦେବ ଦାସ । ପରେ ଥାନାରେ ଅଭିଯୋଗ କରିଥିଲେ ସୁଦେବଙ୍କ ବାପା । ଅାଜି ସକାଳେ  ୪ବର୍ଷର ପୁଅର ମୃତଦେହ କ୍ଷେତରେ ଥିବା କୂଅରେ ଭାସୁଥିବା ଦେଖିବାକୁ ମିଳିଥିଲା।

ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଯାଇଛି । ଏ ନେଇ ଅଭିଯୁକ୍ତ ସଂପର୍କୀୟ ଭାଇ ଗୁରୁଦେବ ଦାସଙ୍କୁ ଅଟକ ରଖି ତଦନ୍ତ ଅାରମ୍ଭ କରିଛି । ପୂର୍ବ ଶତ୍ରୁତାରୁ ନେଇ ସଂପର୍କୀୟ ଭାଇ ଏହି ହତ୍ୟାକାଣ୍ଡ ଭିଅାଇଥିବା ସନ୍ଦେହ କରାଯାଉଛି ।

You might also like