ମୟୂରଭଂଜ ଉଦଳାରେ ବାଲ୍ୟ ବିବାହ ଉଦ୍ୟମ ପଣ୍ଡ

ମୟୂରଭଞ୍ଜ : ମୟୂରଭଞ୍ଜ ଉଦଳାରେ ବାଲ୍ୟ ବିବାହ ଉଦ୍ୟମ ରୋକିଲା ପୁଲିସ। ନାବାଳିକାକୁ ଉଦ୍ଧାର କରିବା ସହ ବିବାହ କରିବାକୁ ଯାଉଥିବା ବରକୁ , ପୁଲିସ ଥାନାରେ ଅଟକ ରଖିଛି।  ଆଜି ରାଢ଼ୋ ଗାଁରେ ନାବାଳିକା ସହ ଉତ୍ତର ପ୍ରଦେଶର ପ୍ରମୋଦ କୁମାର ସିଂହଙ୍କ ବାହାଘର ଆୟୋଜନ ହୋଇଥିଲା।

କୌଣସି ସୂତ୍ରରୁ ଖବର ପାଇ ଉଦଳା ପୁଲିସ ଗାଁରେ ପହଞ୍ଚି ବାହାଘରକୁ ରୋକିଥିଲା। ନାବାଳିକା ଓ ତାର ପରିବାର ଲୋକଙ୍କୁ ବୁଝାସୁଝା କରିବା ସହ ଜନ୍ମ ପ୍ରମାଣ ପତ୍ର ଯାଞ୍ଚ କରିଥିଲା ପୁଲିସ।

ଘଟଣାରେ ପୁଲିସ ପ୍ରମୋଦକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି। ଏଥିସହ ବିବାହ ବୟସ ନ ହେବା ଯାଏ ନାବାଳିକାର ବିବାହ ନ କରିବାକୁ ପରିବାର ଲୋକଙ୍କ ନିକଟରୁ ଏକ ବୁଝାମଣା ପତ୍ର ଲେଖାଇଛି ପୁଲିସ।

You might also like