ଶିଶୁକୁ ଅପ୍ରାକୃତିକ ଯୌନ ନିର୍ଯାତନା ଅଭିଯୋଗ, ଲୋକଲଜ୍ଜା ଭୟରେ ବିଷ ପିଇଲା ଅଭିଯୁକ୍ତ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ ବଜାର ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ପଦାକୁ ଆସିଛି । ୮ ବର୍ଷର ଶିଶୁକୁ ଜଣେ ବୟସ୍କ ବ୍ୟକ୍ତି ଅପ୍ରାକୃତିକ ଭାବେ ଯୌନ ଉତ୍ପୀଡ଼ନ ଦେଇଥିବା ଅଭିଯୋଗ ହୋଇଛି। ଗତ ୨୪ ତାରିଖରେ ନାବାଳକ ଜଣଙ୍କ ଏକୁଟିଆ ଖେଳୁଥିବା ବେଳେ ଅଭିଯୁକ୍ତ ତାଙ୍କୁ ଉଠାଇ ନେଇ ଏପରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଗତକାଲି ସକାଳେ ଏହି ଖବର ପ୍ରଚାରିତ ହେବା ପରେ ଅଭିଯୁକ୍ତ ଲୋକଲଜ୍ଜା ଭୟରେ ବିଷପାନ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କୁ ପ୍ରଥମେ ବ୍ରହ୍ମପୁର ଏମ୍‌କେସିଜି ଓ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବଡ଼ବଜାର ପୁଲିସ ଏହି ଘଟଣାରେ ଧାରା ୩୭୭, ୩୨୫ ଓ ପକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି। ଜିଲ୍ଲା ଜଜ୍‌ଙ୍କ କୋର୍ଟରେ ପୀଡ଼ିତ ଶିଶୁର ବୟାନ ରେକର୍ଡ଼ କରାଯାଛି।

You might also like