ଢେଙ୍କାନାଳ : ପୋଲିଓ ବୁନ୍ଦା ଓ ଇଞ୍ଜେକ୍ସନ ନେଇ ଶିଶୁର ମୃତ୍ୟୁ ଅଭିଯୋଗ। ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଅା ଥାନା କମଳାଙ୍ଗ ଗାଁର ଏକ ଶିଶୁପୁତ୍ରର ମୃତ୍ୟୁ ପାଇଁ ପରିବାର ଲୋକେ ଅାଶାକର୍ମୀଙ୍କୁ ଦାୟୀ କରିଛନ୍ତି । ଏହି ଗାଁର ଦୁଷ୍ମନ୍ତ ପେଣ୍ଠେଇଙ୍କ ଦୁଇ ମାସର ଶିଶୁପୁତ୍ରକୁ ଗତ ମଙ୍ଗଳବାର ଗାଁର ଅାଶାକର୍ମୀ ଦୁଇଟି ଇଞ୍ଜେକ୍ସନ ଦେବା ସହ ପୋଲିଓ ବୁନ୍ଦା ଖୁଅାଇଥିଲେ।
ଏହାପରେ ଛୁଅାଟି ଅସୁସ୍ଥ ହୋଇପଡ଼ିବା ସହ ରାତିରେ ତାର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ସେମାନେ କଣ୍ଟାବଣିଅା ଥାନାରେ ସଂପୃକ୍ତ ଅାଶାକର୍ମୀଙ୍କ ବିରୋଧରେ ଏତଲା ଦେଇଛନ୍ତି।
ଏପଟେ ପୋଷ୍ଟମର୍ଟମ୍ ରିପୋର୍ଟ ଅାସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ଓ ଘଟଣାର ତଦନ୍ତ କରାଯିବ ବୋଲି ଢେଙ୍କାନାଳ ସିଡିଏମଓ କହିଛନ୍ତି।