ଚିକିତ୍ସା ଅବହେଳାରେ ଶିଶୁ ମୃତ୍ୟୁ ଘଟଣା: ଡାକ୍ତର ଦେଲେ ଏମିତି ସଫେଇ

ରେଢ଼ାଖୋଲ: ରେଢ଼ାଖୋଲ ଡାକ୍ତରଖାନାରେ ଗତ ୧୧ ଜୁଲାଇ ୨୦୨୦ ରେ ୩ଦିନର ଶିଶୁପୁତ୍ରର ଚିକିତ୍ସା ଅବହେଳା କାରଣରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଉପଖଣ୍ଡ ଚିକିତ୍ସାଳୟ ଅଧିକାରୀଙ୍କ ପାଖରେ ଆଣିଥିଲେ ଶିଶୁର ବାପା-ମା’।

ବାପା-ମା’ ଅଭିଯୋଗ ଆଣିଥିଲେ ଯେ,  ରେଢ଼ାଖୋଲ ମେଡିକାଲର ଶିଶୁ ରୋଗ ବିଶେଷଜ୍ଞ ଶିଶୁଟିର ଚିକିତ୍ସା କରିନଥିଲେ । ଯେତେ ଗୁହାରି କରିଥିଲେ ବି ସେ ଶୁଣିନଥିଲେ ବୋଲି ଅଭିଯୋଗ କରିଛନ୍ତି ମୃତ ଶିଶୁର ବାପା ରସାନନ୍ଦ ପ୍ରଧାନ।

ତେବେ ଶିଶୁର ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ରାମକୃଷ୍ଣ ପତି ଆଜି  ଲିଖିତ ଭାବରେ ଗଣମାଧ୍ୟମକୁ ଜଣାଇଛନ୍ତି ଯେ, ଶିଶୁର ମୃତ୍ୟୁ ଚିକିତ୍ସା ଅବହେଳାରୁ ହୋଇନାହିଁ। ମେଡିକାଲରେ ପହଞ୍ଚିବା ବେଳକୁ ଶିଶୁର ଅବସ୍ଥା ଗୁରୁତର ଥିଲା।  ନିର୍ଦ୍ଧାରିତ ସମୟ ପୂର୍ବରୁ ଶିଶୁଟି ଜନ୍ମ ହୋଇଥିବାରୁ  ଓଜନ ଖୁବ କମ ଥିଲା। ଶିଶୁଟର ଅବସ୍ଥା ମଧ୍ୟ ଅତି ଗୁରୁତର ଥିଲା।

ମେଡିକାଲ ପକ୍ଷରୁ ସମସ୍ତ ପ୍ରକାର ଚିକିତ୍ସା କରାଯାଉଛି। କିନ୍ତୁ ଶେଷରେ ଶିଶୁର ମୃତ୍ୟୁ ହୋଇଛି। ତେବେ କିଛି ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କ ବିରୋଧରେ ଏପରି ଅଭିଯୋଗ ଆସିଥିବା ସେ କହିଛନ୍ତି।  ଶିଶୁର ବାପାକୁ କିଛି ଲୋକ ଶିଖାଇ ଏଭଳି ଅଭିଯୋଗ ଆଣୁଛନ୍ତି ଵୋଲି ଡ଼ ରାମକୃଷ୍ଣ ପତି ଲିଖିତ ଭାବରେ ଜଣାଇଛନ୍ତି। 

ତେବେ ଅଭିଯୋଗକୁ ନେଇ ବିଭାଗୀୟ ତଦନ୍ତ କରାଯିବ ବୋଲି ରେଢ଼ାଖୋଲ ଏସଡିଏମଓ ଡାକ୍ତ ବିପିନ ବିହାରୀ ସାହୁ କହିଛନ୍ତି।

You might also like