କୋରାପୁଟ: କୋରାପୁଟ ଗସ୍ତରେ ଯାଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଜିଲ୍ଲାର କୋଭିଡ୍ ସ୍ଥିତି ଉପରେ ସମୀକ୍ଷା କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ACSଙ୍କ ସହ କୋରାପୁଟରେ କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ।
କୋଭିଡ୍ ହସ୍ପିଟାଲ ପରିଦର୍ଶନ ପରେ ମୁଖ୍ୟ ଶାସନ ସଚିବଙ୍କ ପ୍ରତିକ୍ରିୟା ରଖି କହିଛନ୍ତି, ୨ ମାସ ଭିତରେ କୋରାପୁଟରେ ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ । କୋରାପୁଟରେ କୋଭିଡ ସ୍ଥିତି କମ୍ ଅଛି । ସଂକ୍ରମଣ ସଂଖ୍ୟା କମୁଛି।
ଜିଲ୍ଲାରେ କରୋନା ସଂକ୍ରମଣ ୨୦ ପ୍ରତିଶତରୁ ଖସି ୧୩ ପ୍ରତିଶତରେ ରହିଛି । ଜିଲ୍ଲାର ଏକ ଘରୋଇ ମେଡିକାଲକୁ କୋଭିଡି ହସ୍ପିଟାଲ କରାଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ଏହା ପୂର୍ବରୁ ନବରଙ୍ଗପୁର ଜିଲ୍ଲାରେ କୋଭିଡ୍ ସ୍ଥିତିର ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ। ନବରଙ୍ଗପୁର ଜିଲ୍ଲାରେ ଦୈନିକ ୨ଶହରୁ ୩ଶହ ମଧ୍ୟରେ ପଜିଟିଭ ସଂଖ୍ୟା ରହୁଥିବାରୁ ସରକାର ଚିନ୍ତା ପ୍ରକଟ କରିଛନ୍ତି l ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗ ଅଧିକାରୀଙ୍କ ସହ କରୋନା ସ୍ଥିତି ନେଇ ସମୀକ୍ଷା କରିଥିଲେ
ସୂଚନାଥାଉ କି, ରାଜ୍ୟରେ ୨୪ ଘଣ୍ଟାରେ ୮୩୧୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୬୫୫ ଲୋକାଲ କଣ୍ଟାକ୍ଟ ଥିବାବେଳେ ୩୬୫୮ କ୍ୱାରେଣ୍ଟିନେର ଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।
ଆଜି କୋରାପୁଟରୁ ୧୯୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ନବରଙ୍ଗପୁରରୁ ୨୦୫ କରୋନା ରୋଗୀ ବାହାରିଛନ୍ତି। ସେହିପରି ରାଜ୍ୟରୁ ଆଜି ୩୫ ଜଣ କରୋନା ରୋଗୀ ଆଖି ବୁଜି ଥିବାବେଳେ ନବରଙ୍ଗପୁରରୁ ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ସୂଚନାଥାଉ କି, ରାଜ୍ୟରେ କରୋନାର ଦ୍ୱିତୀୟ ଲହରକୁ କାବୁ କରିବା ପାଇଁ ପ୍ରଥମେ ମେ’ ୫ରୁ ୧୯ ଯାଏଁ ଲକ୍ଡାଉନ ଘୋଷଣା ହୋଇଥିଲା, ଯାହାକୁ ପରେ ଜୁନ୍ ୧ ଯାଏଁ ଏବଂ ଏବେ ପୁଣି ଜୁନ୍ ୧୭ ଯାଏଁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି।